Thu. May 21st, 2026

ଶୋଇଥିବା ନାବାଳିକାକୁ ଘରୁ ଉଠାଇନେଇ କାର୍‌ରେ ଗଣଦୁଷ୍କର୍ମ କଲେ ପଡୋଶୀ ଓ ସାଥୀ

522 Views

ଫରଦାବାଦ, ଡିସେମ୍ବର ୦୨: ଫରିଦାବାଦର ଡବୁଆ ଥାନା ଅନ୍ତର୍ଗତ ଏକ କଲୋନିର ଘରୁ ଜଣେ ୧୩ ବର୍ଷୀୟା ନାବାଳିକାକୁ ଶୋଇଥିବା ଅବସ୍ଥାରେ ଦୁର୍ବୃତ୍ତମାନେ ଉଠାଇ ନେଇଥିଲେ। ସେମାନେ ଏକ କାର୍‌ରେ ଉକ୍ତ ନାବାଳିକା ସହ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ଗଣଦୁଷ୍କର୍ମ ପରେ ଦୁଷ୍କର୍ମକାରୀମାନେ ରାସ୍ତା କଡରେ ନାବାଳିକାକୁ ଛାଡି ଦେଇ ଚାଲି ଯାଇଥିଲେ।

ସକାଳେ ନାବାଳିକା ଘରେ ପହଞ୍ଚି ମାଆଙ୍କୁ ସବୁ ଘଟଣା କହିଥିଲେ । ଏହା ପୂର୍ବରୁ ଗତ ନଭେମ୍ବର ୧୨ ତାରିଖ ରାତିରେ ବି ସେହି ନାବାଳିକା ସହ ଦୁଷ୍କର୍ମ କରାଯାଇଥିଲା। ନାବାଳିକାର ପଡୋଶୀର ଜଣେ ଯୁବକ ଓ ସାଥୀମାନେ ଏହି ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ଏଣେ ନାବାଳିକାର ଅବସ୍ଥା ଭଲ ନ ଥିବା ଜଣାଯାଇଛି। ପୁଲିସ ଏହି ମାମଲାର ତଦନ୍ତ କରି ପୋକ୍‌ସୋ ଆଇନ୍‌ ,ଅପହରଣ ଓ ଅନ୍ୟାନ୍ୟ ଧାରାରେ ମାମଲା ରୁଜୁ କରିଥିବା ଜଣାଯାଇଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ନାବାଳିକା ପ୍ରଥମ ମହଲାର ଏକ କୋଠରୀରେ ଶୋଇଥିଲା। ରାତି ପ୍ରାୟ ୧୨ ବେଳକୁ ପଡୋଶୀ ଯୁବକ ଓ ତା’ର ସାଥୀମାନେ ମୁହଁରେ କପଡ଼ା ବାନ୍ଧି ଆସିଥିଲେ। ସେମାନେ ଛାତ ଉପରୁ ଶାଢ଼ି ଓହଳାଇ ସମସ୍ତେ ତାକୁ ଧରି ତଳକୁ ଆସିଥିଲେ। ତଳେ ଥିବା ଏକ ଧଳା ରଙ୍ଗର କାର୍‌ରେ ସେମାନେ ତା’ ସହ ଗଣ ଦୁଷ୍କର୍ମ କରିଥିଲେ।

ଆଗରୁ ଗତ ୧୨ ତାରଖରେ ମଧ୍ୟ ସେମାନେ ଅନୁରୂପ ଢ଼ଙ୍ଗରେ ଏକ ଅଟୋରେ ଗଣଦୁଷ୍କର୍ମ କରିଥିଲେ। ଏକଥା କାହାକୁ କହିଲେ ପରିବାରର ସମସ୍ତଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ।

By amfnews

Related Post