Fri. Oct 2nd, 2026

ଶୀତୁଆ ରାତି ଅଧରେ ଛାତ୍ରଛାତ୍ରୀ ଚାଲି ଚାଲି ଜିଲ୍ଲାପାଳ ପାଖକୁ ଯାଉଥିଲେ, ଲୋକେ ଅଟକାଇଲେ।

264 Views

ମାଲକାନଗିରି, ନଭେମ୍ବର,୪:  ମାଓ ପ୍ରବଣ ତଥା ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଗଠନର ଦୀର୍ଘ ୨୬ ବର୍ଷ ପରେ ମଧ୍ୟ କିଛି ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇନାହିଁ।ଯେପରିକି ଆବାସିକ ବିଦ୍ୟାଳୟରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଉନାହିଁ।
କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ  ତାର୍ଲାକୋଟା ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଶୀତୁଆ ବିଳମ୍ବିତ ରାତିରେ ହଷ୍ଟେଲ ଛାଡି ମାଲକାନଗିରି ସଦର ମହକୁମା ଅଭିମୁଖେ ଚାଲିଥିଲେ। ୩୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅନ୍ଧାର ରାତିରେ ଚାଲି ଚାଲି ଯାଉଥିବା ବେଳେ ସ୍ଥାନୀୟ ଗ୍ରାମବାସୀମାନେ ଏମାନଙ୍କୁ ଦେଖି ଅଟକାଇଥିଲେ।
ପିଲାମାନଙ୍କୁ ପଚାରିବାରୁ ରାତିରେ ଖାଇବାକୁ ମିଳିନାହିଁ।ଅନେକ ସମୟରେ ଖାଇବାକୁ ମିଳୁନି।ହଷ୍ଟେଲରେ ବିଜୁଳି ଆଲୋକ ନାହିଁ।ଭଲ ଖାଦ୍ୟ ଛାତ୍ରଛାତ୍ରୀ ଙ୍କୁ ଦିଆଯାଉନାହିଁ ବୋଲି ପିଲାମାନେ ଜିଲାପାଳଙ୍କୁ ଅଭିଯୋଗ କରିବାକୁ ଯାଉଥିଲେ ବୋଲି କହିଥିଲେ।
ଗ୍ରାମବାସୀ ମାନେ ଛାତ୍ରଛାତ୍ରୀଙ୍କ ଠାରୁ ଘଟଣା ସମ୍ପର୍କରେ ବୁଝିବା ପରେ ଉପ ଜିଲ୍ଲାପାଳ ରାମେଶ୍ବର ପ୍ରଧାନ ଓ ପିଏ ଆଇଟିଡିଏ ରାମକୃଷ୍ଣ ଗଣ୍ଡଙ୍କୁ ଖବର ଦେଇଥିଲେ।
ବିଦ୍ୟାଳୟ ହଷ୍ଟେଲ ରେ ବହୁ ସମସ୍ୟା ଥିବା ସତ୍ୱେ ଏହାର ସମାଧାନ କରା ନଯିବାରୁ ଗତକାଲି ବିଳମ୍ବିତ ରାତିରେ ହଷ୍ଟେଲ ଛାଡିଲେ ତର୍ଲାକୋଟା ଆବାସିକ ବିଦ୍ୟାଳୟ ର ଛାତ୍ର ମାନେ ହଷ୍ଟେଲ ଛାଡି ମାଲକାନଗିରି ଅଭିମୁଖେ ଆସୁଥିବା ବେଳେ ଗ୍ରାମବାସୀ ପିଲାଙ୍କୁ ଅଟକାଇ ପୋଲିସ କୁ ଖବର ଦେବା ପରେ ପୋଲିସ ଆସି ପିଲାଙ୍କୁ ଅଟକାଇ ବା ସହ ହଷ୍ଟେଲ କୁ ଫେରାଇ ନେଇଥିଲେ । ଘଟଣା ସ୍ଥଳରେ ପିଏ ଆଇଟିଡିଏ ଓ ଉପ ଜିଲ୍ଲାପାଳ ପହଂଚି ଘଟଣାର ତଦନ୍ତ କରିବା ସହ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

By amfnews

Related Post