Thu. Jun 11th, 2026

ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ନାହିଁ ପୁଅ ଆଦିତ୍ୟ !

221 Views

ମୁମ୍ବାଇ : ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଆଜି ସନ୍ଧ୍ୟା ୬ଟା ୪୦ରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାଙ୍କ ସହିତ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ନେବେ ବୋଲି ଜଣାପଡ଼ିଛି। ଏଥିରେ ଶିବ ସେନା, ଏନସିପି ଏବଂ କଂଗ୍ରେସର ମନ୍ତ୍ରୀ ରହିବେ। ଏହି ତିନି ଦଳ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ମୁଖ୍ୟମନ୍ତ୍ରୀ ସମେତ ୧୫ ଜଣ ମନ୍ତ୍ରୀ ଶିବ ସେନାରୁ ରହିବେ। ଉପମୁଖ୍ୟମନ୍ତ୍ରୀ ପଦ ଶରଦ ପାୱାରଙ୍କ ଏନସିପିକୁ ଯିବ। ଏହି ଦଳର ଆଉ ୧୩ ଜଣ ମନ୍ତ୍ରୀ ହେବେ। ସେହିଭଳି କଂଗ୍ରେସକୁ ବାଚସ୍ପତି ପଦ ମିଳିବ ଏବଂ ଏହି ଦଳକୁ ୧୩ଟି ମନ୍ତ୍ରୀ ପଦ ମିଳିବ।ଏହାଭିତରେ ଏକ ବଡ଼ ଖବର ମିଳିଛି ଯେ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ କିନ୍ତୁ ମନ୍ତ୍ରିମଣ୍ଡଳରେ ସାମିଲ ହେଉନାହାନ୍ତି।

ଗୋଟିଏ ପରିବାରର ୨ ଜଣ ବ୍ୟକ୍ତିଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଗଲେ ଏହା ଦ୍ବାରା ଶିବସେନାର ଛବି ମଳିନ ପଡ଼ିବାର ଆଶଙ୍କା ଥିବା ହେତୁ ଏପରି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ତେବେ ସେ ଶିବ ସେନା, ଏନସିପି ଏବଂ କଂଗ୍ରେସ ମହାମେଣ୍ଟ ସରକାର ଓ ଟପ୍ ଟିମରେ ସାମିଲ ହେବେ ବୋଲି କୁହାଯାଉଛି। ତା’ଛଡ଼ା ଆଦିତ୍ୟଙ୍କୁ ଦଳ ସାଂଗଠନିକ ଦାୟିତ୍ବ ଦେଇ ଲାଭବାନ୍ ହେବାର ଆଶା ରଖିଛି। ତେବେ ଏହା କେତେ ଦୂର ସତ ତାହା ଖୁବ୍ ଶୀଘ୍ର ଜଣାପଡ଼ିବ।

By amfnews

Related Post