Wed. Sep 2nd, 2026

ଶିବସେନା ଛାଡ଼ି ବିଜେପିରେ ଯୋଗ ଦେଲେ ୪୦୦ ଶିବସୈନିକ

222 Views

ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବାର ସପ୍ତାହେ ନ ପୁରୁଣୁ ଦଳରେ ବିଦ୍ରୋହ ପରିଲକ୍ଷିତ ହୋଇଛି।  ବିଜେପିକୁ ଛାଡ଼ି କଂଗ୍ରେସ ଓ ଏନସିପି ସହ ମିଶି ଶିବସେନାର ସରକାର ଗଠନକୁ ଅନେକ ଶିବସୈନିକ ନାପସନ୍ଦ କରିଛନ୍ତି । ପ୍ରଥମ ଦିନରୁ ହିଁ ଏଭଳି ବିରୋଧାଭାସ ଦେଖିବାକୁ ମିଳିଥିଲା । ହେଲେ ୪୦୦ ଶିବସୈନିକ ଦଳ ଛାଡି ବିଜେପିରେ ସାମିଲ ହେବା ପରେ ଏହା ସ୍ପଷ୍ଟ ହୋଇଛି ।

ଏହା ଦଳକୁ ଏକ ବଡ଼ ଝଟକା ବୋଲି କୁହାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ଧାରଭିଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୪୦୦ ଶିବସୈନିକ ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି।

ଶିବସେନା ଛାଡ଼ିଥିବା ଏହି ଶିବସୈନିକମାନେ କହିଛନ୍ତି ଯେ, ଶିବସେନା ସରକାର ଗଠନ ପାଇଁ ହିନ୍ଦୁ ବିରୋଧୀ ଏବଂ ଭ୍ରଷ୍ଟାଚାରରେ ଜଡ଼ିତ ଦଳ ସହ ହାତ ମିଳାଇଛି , ଯାହାକୁ ସେମାନେ ଗ୍ରହଣ କରିପାରୁନାହାନ୍ତି। ଯେଉଁମାନଙ୍କୁ ଶିବସେନା ବିରୋଧ କରିଆସିଥିଲା, ଏବେ ସେମାନଙ୍କ ସହ ମିଶି ସରକାର ଗଢ଼ିଥିବା ହେତୁ ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ବି ସେମାନେ କହିଛନ୍ତି।

By amfnews

Related Post