Sat. Oct 3rd, 2026

ଶିକ୍ଷକ ଅଧ୍ୟାପକ ମିଳିତ ମଞ୍ଚର ପଞ୍ଚାୟତ ପଦଯାତ୍ରା।

619 Views

ଚାକିରୀ ସର୍ତ୍ତାବଳୀ ଲାଗୁ ସହ ପୂର୍ଣ ଅନୁଦାନ ଦାବିରେ ତାଲା ବନ୍ଦ ଆନ୍ଦୋଳନ ପରେ ଆଜିଠାରୁ ଓଡିଶା ସ୍କୁଲ କଲେଜ ଶିକ୍ଷକ ଅଧ୍ୟାପକ ମିଳିତ ମଞ୍ଚର ଆହ୍ୱାନ କ୍ରମେ ଆଜି ମାଲକାନଗିରି ଜିଲ୍ଲାର ଶିକ୍ଷକ ଓ ଅଧ୍ୟାପକ ମାନଙ୍କ ପଞ୍ଚାୟତ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ମିଳିତ ମଞ୍ଚ ମାଲକାନଗିରି ଜିଲ୍ଲା ଆବାହକ ଦୁଷ୍ମନ୍ତ ଜେନାଙ୍କ ନେତୃତ୍ୱରେ ଶତାଧିକ ଶିକ୍ଷକ ଓ ଅଧ୍ୟାପକ ଯୋଗ ଦେଇ ଏକ ଶୋଭା ଯାତ୍ରାରେ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ଠାରୁ ବାହାରି ବିଭିନ୍ନ ପଞ୍ଚାୟତ ପଦଯାତ୍ରା କରିଥିଲେ।
ପ୍ରଥମେ ପିଟାଗାଟା ଓ ପରେ ମାରିୱାଡ଼ା ପଞ୍ଚାୟତରେ ଏହି ଶିକ୍ଷକ ଓ ଅଧ୍ୟାପକ ମାନେ ପଦଯାତ୍ରା କରି ସରକାରଙ୍କ ଉଦାସୀନତା ନୀତି ସମ୍ପର୍କରେ ଲୋକଙ୍କୁ ଅବଗତ କରିଥିଲେ। ଏଥିସହ ଜିଲ୍ଲାର ଶିଖପାଲୀ ପଞ୍ଚାୟତରେ ମଧ୍ୟ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ୨୬ଟି ଉଚ୍ଚ ବିଦ୍ୟାଳୟ ଓ ୧୩ଟି ମହାବିଦ୍ୟାଳୟ ଏଥିପାଇଁ ବନ୍ଦ ରହିଛି।
ଏହାଦ୍ବାରା ବିଦ୍ୟାଳୟ ୬ହଜାର ଓ ମହାବିଦ୍ୟାଳୟ ୪ହଜାର ଛାତ୍ର ଛାତ୍ରୀ ପ୍ରଭାବିତ ହୋଇଛନ୍ତି। ଏହି ପଦଯାତ୍ରା ମଞ୍ଚର ସଭାପତି ସରୋଜ ପାତ୍ର, ସମ୍ପାଦକ ଅଜୟ ସ୍ୱାଇଁଙ୍କ ସମେତ ଶତାଧିକ ଶିକ୍ଷକ ଓ ଅଧ୍ୟାପକ ଅଂଶ ଗ୍ରହଣ କରିଥିଲେ।

Related Post