Sun. Aug 30th, 2026

ଶାନ୍ତିସ୍ତୂପ ରାସ୍ତାରୁ ଲକ୍ଷାଧିକ ଟଙ୍କାର ଷ୍ଟ୍ରିଟ ଲାଇଟ୍‌ ଚୋରି

225 Views

ଧଉଳି :  ଧଉଳି ଶାନ୍ତିସ୍ତୂପ ରାସ୍ତାରୁ ଗତକାଲି ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ଏଲ୍‌ଇଡି ଷ୍ଟ୍ରିଟ ଲାଇଟ୍‌ ଚୋରି ହୋଇଯାଇଛି। ଗ୍ରାମ ପଞ୍ଚାୟତ ରାସ୍ତାରୁ, ଅଶୋକ ସ୍ତମ୍ଭ, ହାତୀପାର୍କ ଆଦି ପ୍ରମୁଖ ସ୍ଥାନରୁ ସଙ୍କଟେଶ୍ବର ମନ୍ଦିର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଆଲୋକୀକରଣ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ଷ୍ଟ୍ରିଟ ଲାଇଟ୍‌ ଲାଗିଥିଲା। ଗତକାଲି ଦୁର୍ବୃତ୍ତମାନେ ୧୮ଟି ବତି ଖୁଣ୍ଟରୁ ଲାଇଟ୍‌ ଖୋଲି ନେଇଛନ୍ତି। ଅନ୍ୟପକ୍ଷରେ ଶାନ୍ତିସ୍ତୂପର ପ୍ରାୟ ୩୦୦ ମିଟର ରାସ୍ତା ଆଜି ଅନ୍ଧାରରେ ରହିବା ଫଳରେ ଅସଂଯତ ଅବସ୍ଥାରେ ଦୁଇଜଣ ଯୁବକ ଯୁବତୀଙ୍କୁ କିଛି ଯୁବକ ଧରି ମାଡ଼ମାରିଥିବା ସୂଚନା ମିଳିଛି। ତୁରନ୍ତ ନୂଆ ଲାଇଟ ସଂଯୋଗ ଦିଗରେ କର୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।

By amfnews

Related Post