Sat. Oct 17th, 2026

ଲୋକସେବା ଭବନରେ ଆଜି ବିଧାନସଭା ଅଧିବେଶନ

270 Views

ଭୁବନେଶ୍ୱର : ଆଜି ବସିବ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏହି ଅଧିବେଶନ ବସିବ। ବ୍ୟୟମଞ୍ଜୁରୀ ବିଲ୍ ପାରିତ ପାଇଁ ଏହି ଅଧିବେଶନ ବସିବ।

ତା’ପୂର୍ବରୁ ଗତକାଲି ଏହି ସମ୍ମିଳନୀ କକ୍ଷକୁ ସାନିଟାଇଜ୍ କରାଯାଇଛି। ବିଏମସିର ସ୍ୱାସ୍ଥ୍ୟ ବିଭାଗ ଟିମ୍ ଏବଂ ଅଗ୍ନିଶମ ସେବା ସଂସ୍ଥା ଏହାକୁ ବିଶୋଧନ କରିଛନ୍ତି। ବିଧାନସଭାର ଜଣେ କର୍ମଚାରୀ ତୃତୀୟ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବାରୁ ବିଧାନସଭା ବଦଳରେ ଏବେ ଲୋକସେବା ଭବନର କନଭେନସନ୍ ସେଣ୍ଟରରେ ଅଧିବେଶନ ବସିବା ପାଇଁ ନିଷ୍ପତ୍ତି ନିଆଯାଇଛି।

କନଭେନସନ୍‌ ହଲ୍‌ରେ ୨ ମିଟର ଅନ୍ତରରେ ବିଧାୟକମାନେ ବସିବେ। ରାସ୍ତାରେ କୌଣସି ବିଧାୟକଙ୍କୁ ନ ଅଟକାଇବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

By amfnews

Related Post