Sun. Sep 13th, 2026

ଲୋକସଭା ନିର୍ବାଚନରେ ଯଦି କଂଗ୍ରେସ ଜିତିବ,ତେବେ ପାକିସ୍ତାନରେ ଦୀପାବଳି ମନାଯିବ : ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ

354 Views

ନୂଆଦିଲ୍ଲୀ:ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ଅନୁଷ୍ଠିତ ବିଜୟ ସଂକଳ୍ପ ରାଲିରେ ଯୋଗ ଦେଇ କହିଛନ୍ତି ଯେ ଲୋକସଭା ନିର୍ବାଚନରେ ଯଦି କଂଗ୍ରେସ ଜିତିବ,ତେବେ ପାକିସ୍ତାନରେ ଦୀପାବଳି ମନାଯିବ। ସେ କହିଛନ୍ତି ମଇ ୨୩ ତାରିଖରେ ଲୋକସଭା ନିର୍ବାଚନ ଫଳାଫଳ ଘୋଷିତ ହେବ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ କ୍ଷମତାକୁ ଫେରିବେ। ଏହାପରେ ପାକିସ୍ତାନ ପୁଣି ଶୋକସାଗରରେ ଡୁବିଯିବ।

ବିଜୟ ରୂପାଣୀ ଆହୁରି ମଧ୍ୟ କହିଛନ୍ତି ଯେ ସାରା ବିଶ୍ୱ ଜାଣିସାରିଲାଣି ଯେ ପାକିସ୍ତାନ ଆତଙ୍କବାଦୀମାନଙ୍କୁ ଶରଣ ଦେଇଛି। ଏପରିକି ରାହୁଲ ଗାନ୍ଧୀଙ୍କ ଶିକ୍ଷକ ସାମ୍‌ ପିଟ୍ରୋଡା କହିଛନ୍ତି ଯେ ପାଞ୍ଚ-ସାତ ଜଣ ଯୁବକଙ୍କ ପାଇଁ ପୁଲଓ୍ଵାମା ଆକ୍ରମଣ ପାଇଁ ପାକିସ୍ତାନକୁ ଦୋଷୀ ସାବ୍ୟସ୍ତ କରିବା ଠିକ୍‌ ନୁହେଁ। ବିଜୟ ରୂପାଣୀ ଆହୁରି ମଧ୍ୟ କହିଛନ୍ତି ବିରୋଧୀ ଦଳ ନେତାମାନେ ସେନାର ଅପମାନ କରୁଛନ୍ତି। ଏଣୁ ସେମାନଙ୍କୁ ସମର୍ଥନ କରିବା ଉଚିତ ନୁହେଁ। ସେ ଆଶା ପ୍ରକାଶ କରିଛନ୍ତି ଯେ ପୁଣି ଏନଡିଏ କ୍ଷମତାକୁ ଫେରିବ ।

By amfnews

Related Post