Thu. May 14th, 2026

ଲୁନାକୁ ଧକ୍କା ଦେଲା ଦଶଚକିଆ ଟ୍ରକ୍‌

186 Views

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ରସାସିଙ୍ଗ କେନାଲ ବ୍ରିଜ୍‌ ନିକଟରେ ଏକ ଦଶ ଚକିଆ ଟ୍ରକ୍‌ ଏକ ଲୁନାକୁ ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଲୁନା ଚଲାଉଥିଲେ। ତାଙ୍କ ନାଁ ମଜୁରା ବେହେରା। ତାଙ୍କ ଘର ପସାଶିଙ୍ଗ ଗାଁରେ। ସେ ଜଣେ ବ୍ୟବସାୟୀ ଥିଲେ।

ଆଜି ସକାଳ ପ୍ରାୟ୯ଟା ବେଳେ ଏହି ଦୁର୍ଘଟଣା ଘଟିଥିଳା। ମଜୁରା ଲୁନାରେ ଏକ ଆଳୁବସ୍ତା ନେଇ ତାଙ୍କ ହୋଟେଲକୁ ଯାଉଥିଲେ। ଏହି ସମୟରେ ରସାସିଙ୍ଗ କେନାଲ ବ୍ରିଜ ନିକଟରେ ଏକ ଦଶଚକିଆ ଟ୍ରକ୍‌ ତାଙ୍କ ଲୁନାକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଘଟଣା ପରେ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଓ ରାସ୍ତା ମରାମତି କରିବା ଦାବିରେ ସ୍ଥାନୀୟ ଲୋକେ ୫୫ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ରାସ୍ତାର ଦୁଇ ପାର୍ଶ୍ୱରେ ଶହଶହ ଗାଡ଼ି ମଟର ଅଟକି ରହିଥିଲା। ଏନେଇ ଖବର ପାଇ ସଦର ଥାନା ପୁଲିସ୍‌ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସରକାରୀ ନିୟମ ଅନୁସାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଫେରାର୍ ହୋଇଯାଇଛି। ପୁଲିସ୍‌ ଟ୍ରକ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।

By amfnews

Related Post