Sat. Jun 13th, 2026

ଲାଞ୍ଚ ନେଉଥିଲେ, ଧରି ପକାଇଲା ଭିଜିଲାନ୍ସ

196 Views

ବ୍ରହ୍ମପୁର : ଲାଞ୍ଚ ନେବା ହେଲା କାଳ। ଭିଜିଲାନ୍ସ ହାତରେ ଧରାପଡ଼ିଲେ ବ୍ରହ୍ମପୁର ମହାନଗର ନିଗମର ଅଫିସ୍ ଆସିଷ୍ଟାଣ୍ଟ ଏ. ଲକ୍ଷ୍ମୀ ପ୍ରସାଦ ରାଓ। ବ୍ରହ୍ମପୁରର ପ୍ରସିଦ୍ଧ ପିଢ଼ା ହୋଟେଲ ମାଲିକଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଗତକାଲି ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।

ସୁଚନାଯୋଗ୍ୟ, ବ୍ରହ୍ମପୁରସ୍ଥିତ ପିଢ଼ା ହୋଟେଲ ବିଏମସି ପକ୍ଷରୁ ନିର୍ମିତ ଦୋକାନ ଘରେ ଚାଲିଛି। ଦୋକାନ ଗୃହର ମାଲିକାନା ସତ୍ତ୍ୱ ବଦଳାଇବା ନିମନ୍ତେ ଲକ୍ଷ୍ମୀ ପ୍ରସାଦ ହୋଟେଲ ମାଲିକ ନାରାୟଣ ସାହୁଙ୍କୁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ନାରାୟଣ ପୂର୍ବରୁ ଭିଜିଲାନ୍ସକୁ ଅବଗତ କରାଇଥିଲେ। ଫଳରେ ପୂର୍ବ ଯୋଜନା ମୁତାବକ ଲାଞ୍ଚ ନେଉଥିବା ବେଳେ ସେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ଲକ୍ଷ୍ମୀ ପ୍ରସାଦଙ୍କ ପୁରୁଷୋତ୍ତମପୁରରେ ଥିବା ଘର ଓ ସରକାରୀ କ୍ୱାର୍ଟର୍ସରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି।

ସୂଚନାଯୋଗ୍ୟ, ଲକ୍ଷ୍ମୀ ପ୍ରସାଦ ବିଏମ୍‌ସିରେ ସିନିୟର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ଗତ ୨୦୧୮ ମାର୍ଚ୍ଚ ୩୧ରେ ସେ ଅବସର ଗ୍ରହଣ କରିଥିଲେ। ପରେ ତାଙ୍କୁ ବିଏମ୍‌ସି ପକ୍ଷରୁ ଅଫିସ୍ ଆସିଷ୍ଟାଣ୍ଟ ଭାବେ ନିଯୁକ୍ତି ଦିଆଯାଇଥିଲା।

By amfnews

Related Post