Sun. Apr 26th, 2026

ଲାଞ୍ଚ ନେଇ ଅଧ୍ୟାପକ, ଅଗ୍ନିଶମ ଅଧିକାରୀ ଗିରଫ, ତହସିଲ ଡ୍ରାଇଭରଙ୍କ ସଂପତ୍ତି କୋଟିଏ ଟଙ୍କାରୁ ଉର୍ଦ୍ଧ

194 Views

ଝାରସୁଗୁଡ଼ା/ନିମାପଡ଼ା/କୁଜଙ୍ଗ, ୧୬/୧୧ : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଜଣେ ଅଧ୍ୟାପକ ଓ ଅନ୍ୟଜଣେ ଅଗ୍ନିଶମ ଅଧିକାରୀ ଧରାପଡ଼ିଛନ୍ତି।

ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନିମାପଡ଼ା କଲେଜ ଭୂତତ୍ବ ବିଭାଗ ମୁଖ୍ୟ ଅଧ୍ୟାପକ ମାନସ ରଂଜନ ସ୍ବାଇଁ ପ୍ରାକ୍ଟିକାଲ ପରୀକ୍ଷାରେ ମାର୍କ ବଢ଼ାଇବା ପାଇଁ ଜଣେ ଛାତ୍ରଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଅଧ୍ୟାପକଙ୍କ ଭିଜିଲାନ୍‌ସର ୮ଜଣିଆ ଟିମ୍‌ ଗୋଲେଇଛକ ବାସଭବନ ଉପରେ ମଧ୍ୟ ଚଢଉ କରିଥିଲା।

ସେହିଭଳି, ପୋଡ଼ି ଯାଇଥିବା ଏକ ପିକଅପ୍ ଭ୍ୟାନର ପ୍ରମାଣପତ୍ର ପ୍ରଦାନ ପାଇଁ ୫ ହଜାର ଟଙ୍କା ଉତ୍କୋଚ ନେଉଥିବା ବେଳେ ଲଖନପୁର ଅଗ୍ନିଶମ ଅଧିକାରୀ ଚୈତନ୍ୟ ସେଠୀଙ୍କୁ ଗୁରୁବାର ସକାଳେ ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି।

ଅନ୍ୟପକ୍ଷରେ, କୁଜଙ୍ଗ ତହସିଲ କାର୍ଯ୍ୟାଳୟରେ ଡ୍ରାଇଭରଭାବେ କାର୍ଯ୍ୟ କରୁଥିବା ଶୈଶବ ମଣ୍ତଳଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ କରିଛି। ସେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇବା ପରେ ଆଜି ଭିଜିଲାନ୍ସ ଚଢ଼ଉ କରିଥିବା ଜଣାପଡ଼ିଛି ା ଚଢାଉ ବେଳେ ତାଙ୍କର ପାରାଦୀପ ସ୍ଥିତ ତାରିଣୀଗଡ଼ା ଠାରେ ରହିଥିବା ତିନି ମହଲା କୋଠା ଘରୁ ବାଇକ, ଚାରି ଚକିଆ ଯାନ, ସୁନା, ନଗଦ ଟଙ୍କା ଅଧିକାରେୀ ମାନେ ଜବତ କରିଛନ୍ତି। ସେହିପରି ତାଙ୍କର କୁଜଙ୍ଗ ସରକାରୀ ବାସଗୃହ, ବଗଦିଆଠାରେ ଥିବା ତାଙ୍କର ଶ୍ବଶୁର ଘର ଏବ˚ ନିଜସ୍ବ ଘରେ ଚଢାଉ କରାଯାଇଛି। ତାଙ୍କଠାରୁ ମୋଟ ୧ କୋଟି ୧୪ ଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି ଠାବ କରାଯାଇଥିବା ଜଣାପଡ଼ିଛି।

By amfnews

Related Post