Mon. Oct 5th, 2026

ଲଳିତାଙ୍କୁ କଚାଡ଼ି ଦେଲା ହାତୀ

212 Views

ଅନୁଗୋଳ  :  ଅନୁଗୋଳ ବନଖଣ୍ଡ ଛେଣ୍ଡିପଦା ବନାଞ୍ଚଳର ପୁରୁଣାଗଡ଼ରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଜଣଙ୍କ ହେଲେ ଲଳିତା ମାଝି।  ତାଙ୍କ ଘର ପୁରୁଣାଗଡ଼ ଗାଁରେ। ଆଜି ସକାଳେ ଲଳିତା ଘର ନିକଟରେ କୌଣସି କାମ କରୁଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ।  ହାତୀଟି ତାଙ୍କୁ କଚାଡ଼ି ଦେଇଥିଲା।

ଏ ନେଇ  ମୃତ ମହିଳାଙ୍କ ପରିବାର ଲୋକେ ଓ ଗ୍ରାମବାସୀ କ୍ଷତିପୂରଣ ଦାବିରେ ଛେଣ୍ଡିପଦା ବାଗେଡିଆ ରାସ୍ତା ଅବରୋଧ କରିଛନ୍ତି ।

By amfnews

Related Post