Sat. Jul 4th, 2026

ଲଗାଣ ବର୍ଷାରେ ଧୋଇଗଲା କନ୍ଧମାଳ ରାସ୍ତା, ୫୯ ନମ୍ବର ଜାତୀୟ ରାଜପଥରେ ଯୋଗାଯୋଗ ବିଛିନ୍ନ

255 Views

By amfnews – Aug 14 , 2018

କନ୍ଧମାଳ: ଧୋଇଗଲା ଜାତୀୟ ରାଜପଥ। ବିଛିନ୍ନ ହୋଇଯାଇଛି ରାୟପୁର- ଗୋପାଳପୁର ମଧ୍ୟରେ ଯୋଗାଯୋଗ। ଲଘୁଚାପ ଜନିତ ଲଗାଣ ବର୍ଷାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିକଟସ୍ଥ ସିତାପଡ଼ି ଠାରେ ପୁର୍ନନିର୍ମାଣ ହେଉଥିିବା ଜାତୀୟ ରାଜପଥ ଧୋଇ ହୋଇଯିବା ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟାରେ ଗାଡ଼ି ମଟର ଅଟକି ରହିଛି।
ଗତକାଲି ଠାରୁ କନ୍ଧମାଳ ଜିଲ୍ଲାରେ ଲଘୁଚାପ ଯୋଗୁଁ ଲଗାଣ ବର୍ଷା ଜାରି ରହିଛି। ଏହି ଲଗାଣ ବର୍ଷା ଯୋଗୁଁ ୫୯ ନମ୍ବର ଜାତୀୟ ରାଜପଥର ସୀତାପଡ଼ି ନିକଟରେ ରାସ୍ତା ଧୋଇ ହୋଇଯାଇଛିି।ଏଥି ସହ ବାଲିଗୁଡ଼ାରୁ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାକୁ ଗାଡ଼ି ଚଳାଚଳ ବନ୍ଦ ରହିଛି। ରାସ୍ତାର ଉଭୟ ଦିଗରେ ଶତାଧିକ ଗାଡ଼ି ଅଟକି ରହିଛି। ବସ୍‌ ଚଳଚଳ ଅଧବାଟରେ ଅଟକି ଯିବା ଫଳରେ ଯାତ୍ରୀମାନେ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି।

By amfnews

Related Post