Fri. Sep 25th, 2026

ଲକ୍‌ଡାଉନ୍ କଟକଣା ଭାଙ୍ଗି ବଡ଼ଚଣା ଆଇଆଇସି ସସ୍‌ପେଣ୍ଡ

283 Views

ଭୁବନେଶ୍ୱର : କରୋନା କଟକଣା ଭାଙ୍ଗି ସସ୍‌ପେଣ୍ଡ ହେଲେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଆଇଆଇସି ଦୀପକ କୁମାର ଜେନା। ଡିଜିପି ଅଭୟ ଏହି ଘଟଣାକୁ ଅତି ଗୁରୁତ୍ୱ ଦେଇ  ଆଇଆଇସି ଦୀପକଙ୍କୁ ସସପେଣ୍ଡ କରିଛନ୍ତି। ଏନେଇ ସେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

ଲକ୍‌ଡାଉନ୍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।  ଏହାସହ ପୁରୀ ସ୍ୱର୍ଗଦ୍ୱାର ଥାନାରେ ଏକ ମାମଲା ମଧ୍ୟ ରୁଜୁ କରାଯାଇ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

 

ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗିଥିବା ବେଳେ ଗତକାଲି ଆଇଆଇସି ଦୀପକ କୁମାର ଜେନା ଏହାକୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ଡ୍ୟୁଟିରେ ଥିବା ହାବିଲଦାରଙ୍କ ବାରଣ ସତ୍ତ୍ୱେ ପୂରା ପରିବାର ସହ ଦକ୍ଷିଣ ଦ୍ୱାର ଦେଇ ସେ  ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ହାବିଲଦାରଙ୍କ ଏତଲା କ୍ରମେ ସିଂହଦ୍ୱାର ଥାନାରେ ଏନେଇ ମାମଲା ରୁଜୁ ହୋଇଛି।

By amfnews

Related Post