Mon. Apr 27th, 2026

ରୋହିତଙ୍କ ଶତକ ବୃଥା, ସିଡନୀ ଦିନିକିଆରେ ୩୪ ରନରେ ହାରିଲା ଭାରତ

290 Views

ସିଡନୀ- ସିଡନୀ କ୍ରିକେଟ ଗ୍ରାଉଣ୍ଡଠାରେ ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ଭାରତକୁ ୩୪ ରନରେ ପରାସ୍ତ କରିଛି । ଅଷ୍ଟ୍ରେଲିଆ ଦ୍ୱାରା ରଖାଯାଇଥିବା ୨୮୯ ରନ ଟାର୍ଗେଟକୁ ପିଛା କରିବାକୁ ଯାଇ ଭାରତୀୟ ଦଳ ୩୦ ଓଭରରେ ୯  ଓ୍ୱିକେଟ ହରାଇ ୨୫୪ ରନ କରିବାକୁ ସକ୍ଷମ ହୋଇଥିଲା ।   ଦଳପକ୍ଷରୁ ରୋହିତ ଶର୍ମା ଚିତ୍ତାକର୍ଷକ ୧୩୩ ରନ ଓ ଧୋନି ୫୧ ରନ କରିଥିଲେ ମଧ୍ୟ ଦଳକୁ ପରାଜୟରୁ ବଞ୍ଚାଇପାରିନଥିଲେ । ଦଳର ଅନ୍ୟକୌଣସି ବ୍ୟାଟ୍ସମ୍ୟାନ ବିଶେଷ ଯୋଗଦାନ ଦେଇପାରିନଥିଲେ ।

ନିଜ ଇନିଂସ ପ୍ରାରମ୍ଭରୁ ହିଁ ଭାରତୀୟ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳୀୟ ସ୍କୋର ମାତ୍ର ୪ ରନ ହୋଇଥିବା ବେଳେ ଭାରତର ତିନି ପ୍ରମୁଖ ବ୍ୟାଟ୍ସମ୍ୟାନ ଶିଖର ଧାଓ୍ଵନ, ଅଧିନାୟକ ବିରାଟ କୋହଲି ଓ ରାଇଡୁ ପାଭିଲିୟନ ଫେରି ଆସି ଭାରତର ସ୍ଥିତି ଦୟନୀୟ କରି ଦେଇଥିଲେ। ତେବେ ଓପନର ରୋହିତ ଶର୍ମାଙ୍କ ସହିତ ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନୀ କ୍ରିଜ୍ରେ ରହି ଭାରତର ସ୍ଥିତି ସମ୍ଭାଳିଥିଲେ । ରୋହିତ ଶର୍ମା ୧୨୯ ଟି ବଲର ମୁକାବିଲା କରି ୬ଟି ଛକା ଓ ୧୦ ଟିଚୌକା ସହିତ ଅର୍ଦ୍ଧଶତକ ହାସଲ କରିଛନ୍ତି। ରୋହିତଙ୍କୁ ଭରପୂର ସହଯୋଗ ଦେଇଥିଲେ ଅଭିଜ୍ଞ ଧୋନୀ। ଧୋନୀ ମଧ୍ୟ ଗୋଟିଏ ଛକା ଓ ୩ଟି ଚୌକା ସହିତ ୫୧ ରନ୍ କରି ବେହେରେନଡଫଙ୍କ ଦ୍ୱାରା ଆଉଟ ହୋଇ ପାଭଲିଆନ୍ ଫେରିଥିଲେ।   ଶେଷବେଳକୁ ଭୁବନେଶ୍ବର କୁମାର ୨୩ ବଲ ଖେଳି ୨୯ ରନ ସଂଗ୍ରହ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଜାଇନ ରିଚାଡସନ ୨୬ ରନ ଦେଇ ୪ଟି ଓ୍ୱିକେଟ ନେଇଥିବାବେଳେ  ଡାସନ ବ୍ରେଣ୍ଡଫ ଓ ମାର୍ର୍କସ ଷ୍ଟେଇନିସ ୨ଟି ଲେଖାଏଁ ଓ୍ୱିକେଟ ନେଇଥିଲେ ।

ଏହା ପୂର୍ବରୁ ଟସ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ଥିଲା। ଦଳ ଖଓ୍ଵାଜା( ୫୯ ରନ), ସନ୍ ମାର୍ସ( ୫୪ ରନ୍), ହ୍ୟାଣ୍ଡକମ୍ବ (୭୩ ରନ) ଓ ଷ୍ଟୋଇନସଙ୍କ ଅପରାଜିତ ୪୭ ରନ୍ ସହାୟତାରେ ଭାରତ ସମ୍ମୁଖରେ ୨୮୯ରନ୍ର ବିଜୟଲକ୍ଷ୍ୟ ରଖିଥିଲା। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର, କୁଲଦୀପ ଯାଦବ ୨ଟି ଲେଖାଏଁ ଓ୍ଵିକେଟ ହାସଲ କରିଥିବା ବେଳେ ରବୀନ୍ଦ୍ର ଜାଦେଜା ଗୋଟିଏ ଓ୍ଵିକେଟ୍ ହାସଲ କରିଛନ୍ତି।

By amfnews

Related Post