Mon. May 13th, 2024

ରୋଟାରୀ କ୍ଲବ ପକ୍ଷରୁ ଡାକ୍ତର ଦିବସ ଓ ରକ୍ତଦାନ ଶିବିର

200 Views

ଢେଙ୍କାନାଳ: ଜୁଲାଇ ୧ ରୋଟାରୀ ନବବର୍ଷ ଅବସରରେ ରୋଟାରୀ କ୍ଲବର ପୋଷ୍ୟ ଗ୍ରାମ ଗଜମରାସ୍ଥିତ ରୋଟାରୀ ବିଦ୍ୟାମନ୍ଦିର ପରିସରରେ ପୂର୍ବାହ୍ନ ୯ ଘଟିକା ସମୟରେ ରୋଟାରୀ କ୍ଲବ ଇନର ହ୍ୱିଲ୍ କ୍ଲବ, ରୋଟ୍ରାକ୍ଟ୍ର ସିନର୍ଜୀ ଓ ରୋଟାରୀ କନ୍ୟୁନିଟ୍ କର୍ପସ୍ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି  । ଏହି ଶିବିରକୁ ରୋଟାରୀ କମ୍ୟୁନିଟ୍ କର୍ପସ୍ ସଭାପତି ଶ୍ରୀନିବାସ ବେହେରା ଉଦ୍ଘାଟନ କରିଥିଲେ  । ଏହି ଶିବିରରେ ୫୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା  ।

ମଧ୍ୟାହ୍ନ ୧୨ ଘଟିକା ସମୟରେ ଗଜମରା ବିଦ୍ୟାମନ୍ଦିର ସଭାଗୃହ ଠାରେ ଆନ୍ତର୍ଜାତୀୟ ଡାକ୍ତର ଦିବସ ପାଳିତ ହୋଇଥିଲା  । ଏ ଅବସରରେ ନିରବିଚ୍ଛିନ୍ନ ରୋଗୀ ସେବା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଅସ୍ଥି ସଲ୍ୟ ବିଶେଷଜ୍ଞ ଡା. ପ୍ରଦ୍ୟୋତ କୁମାର ବେହେରାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା  । ଉପସ୍ଥିତ ରୋଟାରୀଆନ୍ ଡା. ବଳଭଦ୍ର ରାମ, ଡା. ଭବାନୀ ଶଙ୍କର ଦାସ, ଡା. ବିଧୁଭୂଷଣ ନନ୍ଦ, ବ୍ଲଡ ବ୍ୟାଙ୍କ ଅଧିକାରୀ ଡା. ଶୁଭ୍ରକାନ୍ତ ସିଂହଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରାଯାଇଥିଲା  ।

ସଭା ପ୍ରାରମ୍ଭରେ ଇନରହ୍ୱିଲ୍ କ୍ଲବ ନବ ନିର୍ବାଚିତ ସଭାନେତ୍ରୀ ଇଶ୍ୱରୀ ଟାୱର ସ୍ୱାଗତ ଭାଷଣ, ଡା. ବଳଭଦ୍ର ରାମ ଡାକ୍ତର ଦିବସର ତାତ୍ପର୍ଯ୍ୟ ଓ ଗଜମରା କମ୍ୟୁନିଟ୍ କର୍ପସ ପକ୍ଷରୁ ସଞ୍ଜୟ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ  । ରୋଟାରୀ କ୍ଲବର ନୂତନ ସଭାପତି ରୋଟାରିଆନ୍ ସରୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାକୁ ରୋଟାରିଆନ୍ ରାଜକିଶୋର ବେହେରା ପରିଚାଳନା କରିଥିଲେ । ସମ୍ବର୍ଦ୍ଧିତ ଡା. ବେହେରା, ରୋଟାରୀଆନ୍ ମାନଙ୍କର ଉତ୍ସର୍ଗୀକୃତ ସେବା ମନୋଭାର ପ୍ରଶଂସା କରି ସମାଜ ଗଠନରେ ଗୁରୁ ଦାୟିତ୍ୱ ଥିବାର ପ୍ରକାଶ କରିଥିଲେ ।

ଡା. ସିଂହ ଡାକ୍ତର ହିଁ ଦ୍ୱିତୀୟ ଇଶ୍ୱର କହିବାର ଯଥାର୍ଥତା ପ୍ରତିପାଦନ ଦିଗରେ ଡାକ୍ତର ବନ୍ଧୁମାନେ ସେବା ମନୋଭାବ ସହକାରେ ଆଗେଇ ଆସିବାୁକ ଆହ୍ୱାନ ଦେଇଥିଲେ  । ନୂତନ ସମ୍ପାଦକ ଭବାନୀ ଦାଶ ଶୁଭେଚ୍ଛା ଜଣାଇଥିଲେ  । ଶେଷରେ ପୂର୍ବ ସଭାପତି ରୋଟାରିଆନ୍ ହର୍ସବର୍ଦ୍ଧନ ସିଂହଦେଓ ଓ ପୂର୍ବ ସମ୍ପାଦକ ଇଂ. ଅଖିଳ ପଣ୍ଡା ନବ ବର୍ଷରରେ ସମସ୍ତ ନବନିର୍ବାଚିତ କର୍ମକର୍ତ୍ତା ଯଥା ରୋଟାରିଆ କ୍ଲବ ସଭାପତି ଓ ସମ୍ପାଦକ, ଇନର ହ୍ୱିଲ, ରୋଟ୍ରାକ୍ଟ ସିନର୍ଜି, ରୋଟାରୀ କମ୍ୟୁନିଟି କର୍ପସ ଗଜମରା, ରୋଟାରୀ କମ୍ୟୁନିଟ୍ କର୍ପସ ବନମାଳି ପ୍ରସାଦ, ରୋଟାରୀ କମ୍ୟୁନିଟ୍ କର୍ପସ କଙ୍କଡାହାଡର କର୍ମକର୍ତ୍ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ  ।

Related Post