Sun. Apr 26th, 2026

ରୋଟାରୀ ଇଣ୍ଟରନ୍ୟାସନାଲ ଡିଷ୍ଟ୍ରିକ୍ଟ ୩୨୬୧ର ପୂର୍ବତନ ସଭାପତିମାନଙ୍କ ସମାରୋହ

183 Views

ରାଉରକେଲା : ରୋଟାରୀ ଇଣ୍ଟରନ୍ୟାସନାଲ ଡିଷ୍ଟ୍ରିକ୍ଟ ୩୨୬୧ର ପୂର୍ବତନ ସଭାପତିମାନଙ୍କ ସମାରୋହ ସ୍ଥାନୀୟ ବ୍ରାହ୍ମଣୀ କ୍ଲବ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରୋଟାରୀ ଇଣ୍ଟରନ୍ୟାସନାଲ ଡିଷ୍ଟ୍ରିକ୍ଟ ୩୨୬୧ର ପଶ୍ଚିମ ଓଡିଶା, ମଧ୍ୟପ୍ରଦେଶର କେତେକ ଅଂଶ ଓ ଛତିଶଗଡର ରୋଟାରୀ ଇଣ୍ଟରନ୍ୟାସନାଲର ପୂର୍ବତନ ଅଧ୍ୟକ୍ଷମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉନ୍ନତ ଲିଡରସିପ୍, ଦକ୍ଷତା ବୃଦ୍ଧି, ଗୁଣବତ୍ତା କିପରି ଜଣକୁ ଉତ୍ତମ ମାନର ଲିଡରସିପ୍ ମାନ୍ୟତା ଦେଇଥାଏ ତା ଉପରେ ବକ୍ତାମାନେ ଉଲ୍ଲେଖ କରିଥିଲେ ।

ସମାରୋହ ଅଧ୍ୟକ୍ଷ ଆଲମ ସିଂହ ରୂପ୍ରା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । କାର୍ଯ୍ୟକ୍ରମରେ ବାହାରୁ ଆସିଥିବା ଅତିଥିମାନଙ୍କ ମଧ୍ୟରେ ନାଗପୁରରୁ ଡ.ଯୁଗଳ ରାୟଲୁ, ଆର୍ଆଇ ଡିଷ୍ଟ୍ରିକ୍ଟ ୩୨୬୧ର ଡିଜି ଡ.ନିଖିଳେଶ ତ୍ରିବେଦୀ, ସମ୍ବଲପୁରର ପିଡିଜି ଡ. ଅଶୋକ ସିଂହ, ଭୁବନେଶ୍ୱରର ଡ.ଅଶୋକ ପଣ୍ଡା, କଟକ ପିଡିଜି ଦିଲ୍ଲୀପ ପଟ୍ଟନାୟକ, ରାୟପୁର ପିଡିଜି ସୁବାଷ ସାହୁ, ଜବଲପୁର ପିଡିଜି ଉମାକାନ୍ତ ଶର୍ମା, ସମ୍ବଲପୁର ପିଡିଜି ଶମ୍ଭୁ ଜଗତରାମକା, ଡିଜିଏନ୍ ଏଫ୍.ସି. ମହାନ୍ତି, ସମ୍ବଲପୁର ପିପି ଜତିନ୍ଦର ଶର୍ମା ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ କ୍ଲବ୍ ପକ୍ଷରୁ ଏକ ସ୍ମରଣିକା ଉଦ୍ଘାଟନ କରାଯାଇଥିଲା । ଏହି ସ୍ମରଣିକାରେ ପିପି ଫୋରମ ସମ୍ପର୍କରେ ସବିଶେଷ ଉଲ୍ଲେଖ କରାଯିବା ସହ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ରହିଛି । ଭିଲାଇରୁ ଆସିଥିବା ପିପି ନୀତିନ ସୁପେଙ୍କୁ ପିପି ଫୋରମ କନ୍କ୍ଲେଭ୍ର ୨୦୧୯-୨୧ ବର୍ଷ ପାଇଁ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ଏହି ନିର୍ବାଚନ ପ୍ରକ୍ରିୟା ନିର୍ବାଚନ ଅଧିକାରୀ ପିପି ବିନୟ କୁମାର ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ଅନ୍ୟତମ ସଦସ୍ୟ ତଥା ପୂର୍ବତନ ସଭାପତିଙ୍କ ମଧ୍ୟରେ ଡି.ଆର୍. ପଟ୍ଟନାୟକ, ସୁନ୍ଦରଗଡର ସି.ବି. ଦତ୍ତ, ଭିଲାଇର ଶଶାଙ୍କ ରାସ୍ତୋଗି, ଜବଲପୁରର ସୁନୀଲ ପାଠକ, କୋର୍ବାର ପ୍ରଦୀପ କ୍ଷେତ୍ରପାଲ, ସମ୍ବଲପୁରର ଡ.ଦୁର୍ଗା ଶତପଥୀ, ବିଳାସପୁରର ଅନୀଲ ନାୟାର, ରାଉରକେଲାର ହୀରାଲାଲ ମହାପାତ୍ର, ବିନୋଦ ଗୋଏଲ, ମିହିର ରାୟ, ବିଶ୍ୱଜିତ ପତି, ଡ.ଆସ୍ଫାକ ଅହମ୍ମଦ, ମନଜିତ ସିଂହ ଆରୋରା, ଏନ୍.ଜି. ସାହୁ, ମଳୟ ମଣ୍ଡଳ ପ୍ରମୁଖ ଯୋଗ ଦେଇଥିବା ବେଳେ ପିପି କୋୟେନା ଦସ୍ତିଦାରଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

By amfnews

Related Post