Tue. Jul 7th, 2026

ରେଳ ଲାଇନ୍‌ ଉପରେ ପ୍ରବଳ ପାଣି ଥିବା ଯୋଗୁଁ ଓଡ଼ିଶାର ଏହି ସବୁ ସ୍ଥାନରେ ଅଟକିଛି ବିଭିନ୍ନ ଟ୍ରେନ୍

220 Views

ଭୁବନେଶ୍ୱର : ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ଛି। ଏହାର ବେଶ୍‌ ପ୍ରଭାବ ଦେଖିବାକୁ ମିଳିଛି ପଶ୍ଚିମ ଓଡ଼ିଶାରେ। ଏଥିଯୋଗୁଁ ରେଳ ଚଳାଚଳ ମଧ୍ୟ ବ୍ୟାହତ ହୋଇଥିବାର ସୂଚନା ମିଳିଛି। ଖାଲି ସେତିକି ନୁହେଁ କେତେକ ଅଞ୍ଚଳରେ ରେଳ ଲାଇନ୍‌ ଉପରେ ପାଣି ଥିବା ଯୋଗୁଁ କେତେକ ଷ୍ଟେସନରେ ବାଧ୍ୟ ହୋଇ ବିଭିନ୍ନ ଟ୍ରେନ୍‌କୁ ଅଟକାଯାଇଥିବାର ମଧ୍ୟ ଖବର ମିଳିଛି।

ପ୍ରାପ୍ତ ସୂଚନା ଅନୁଯାୟୀ ସମ୍ବଲପୁର-ଟିଟଲାଗଡ଼ ସେକ୍ସନ ଅଧିନରେ ଥିବା ଦେଓଗାଁ ରୋଡ଼ ଓ ବରଗଡ଼ ମଧ୍ୟରେ ରେଳ ଟ୍ରାକ୍‌ ବର୍ଷା ପାଣିରେ ଭାସୁଥିବା ଯୋଗୁଁ ଯାତ୍ରୀମାନଙ୍କ ନିରାପତ୍ତାକୁ ଆଖି ଆଗରେ ରଖି କେତେକ ଟ୍ରେନକୁ ଅଟକାଯାଇଛି। ବରଗଡ଼ ଜିଲ୍ଲାର ବରପାଲିଠାରେ ସମ୍ବଲପୁର-ରାୟଗଡ଼ା ଏକ୍ସପ୍ରେସ,ଲୋଇସିଂହାଠାରେ ଆଜ୍‌ମେର-ପୁରୀ ଏକ୍ସପ୍ରେସ ଓ ଡୁଙ୍ଗୁରି ପାଲିଠାରେ ଇସ୍ପାତ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ଅଟକାଯାଇଛି।

Image result for ispat express

ଏହି ଟ୍ରେନରେ ଥିବା ଯାତ୍ରୀମାନେ ନିରାପଦ ଥିବା ରେଳବାଇ ପକ୍ଷରୁ କୁହାଯାଇଛି। ଜଳସ୍ତର ହ୍ରାସ ପାଇବାପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହେବ ବୋଲି ମଧ୍ୟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

By amfnews

Related Post