Fri. May 17th, 2024

ରେଳ ଯାତ୍ରୀଙ୍କୁ ମିଳିବ ମନପସନ୍ଦର ଖାଦ୍ୟ, ଟ୍ରେନରେ ଆରମ୍ଭ ହେବ ଇକ୍ୟାଟରିଂ ସେବା

By amfnews Jan 21, 2021 #Featured
217 Views

ନୂଆଦିଲ୍ଲୀ, ଜାନୁଆରୀ ୨୧ : ଫେବୃଆରୀରୁ ରେଳଯାତ୍ରୀଙ୍କ ପାଇଁ ପୁଣି ଥରେ ଇ-କ୍ୟାଟେରିଂ ସେବା ଆରମ୍ଭ ହେବାକୁ ଯାଉଛି । ଯାତ୍ରୀମାନେ ପୁଣି ଥରେ ନିଜ ମନ ପସନ୍ଦ ଖାଦ୍ୟ ଅର୍ଡର କରିବା ଲାଗି ଭାରତୀୟ ରେଳବାଇ ଏବଂ ପର୍ଯ୍ୟଟନ ନିଗମ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିସାରିଛି ।

ମାର୍ଚ୍ଚ ୨୦୨୦ରେ କରୋନା ପାଇଁ ଟ୍ରେନରେ ଖାଦ୍ୟପେୟ ବ୍ୟବସ୍ଥାକୁ ବନ୍ଦ କରାଯାଇଥିଲା । ଜୁନ୍ ୨୦୨୦ରୁ ସ୍ବତନ୍ତ୍ର ଟ୍ରେନ୍ ଆରମ୍ଭ କରାଯାଇଥିଲେ ମଧ୍ୟ ଖାଦ୍ୟପେୟ ବ୍ୟବସ୍ଥା ସୀମିତସ୍ତରରେ ଆରମ୍ଭ କରାଯାଇଥିଲା । ପ୍ୟାଣ୍ଟ୍ରି କାର୍ ସେବା ଏବେ ବନ୍ଦ ରହିଛି । ଫଳରେ ରାଜଧାନୀ, ଶତାବ୍ଦୀ, ହମସଫର ସହ ଅନ୍ୟ ଦୂରଗାମୀ ଟ୍ରେନରେ ଯାତ୍ର କରୁଥିବା ଯାତ୍ରୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।

ତେବେ ମିଳିଥିବା ସୂଚନା ଅନୁସାରେ,  ନୂଆଦିଲ୍ଲୀ, ପୁରୁଣା ଦିଲ୍ଲୀ ସହ ଦିଲ୍ଲୀର ଅନ୍ୟ ରେଲଓ୍ବେ ଷ୍ଟେସନରୁ ବର୍ତ୍ତମାନ ରାଜଧାନୀ, ଶତାବ୍ଦୀ, ହମସଫର ସହ ୮୦ରୁ ଅଧିକ ଟ୍ରେନ୍ ଚଳାଚଳ କରୁଛି । ଏହିସବୁ ରେଳଗାଡିଗୁଡିକୁ ସ୍ବତନ୍ତ୍ର ମାନ୍ୟତା ଦିଆଯାଇଛି ।

ଏ ସମସ୍ତ ଟ୍ରେନ୍ ରେ ଇ-କ୍ୟାଟରିଂ ସେବା ଆରମ୍ବ କରିବାକୁ ଆଇଆରସିଟିସି ପଦକ୍ଷେପ ନେଇଛି । ଉଲ୍ଲେଖଯୋଗ୍ୟ ଯେ, ମ୍ୟାକ୍ ଡି, ହଲଦୀରାମ ସମେତ ୧୪ ନାମୀଦାମୀ ବ୍ରାଣ୍ଡର ଖାଦ୍ୟପେୟ ସାମଗ୍ରୀ ଉପଲବ୍ଧ ହୋଇଥାଏ ।

By amfnews

Related Post