Sun. May 24th, 2026

ରୂପାରେ ଝଲସିବ ଶ୍ରୀ ମନ୍ଦିରର ଆଠଟି ଦ୍ବାରଦେଶ

247 Views

ଭୁବନେଶ୍ବର, ଅଗଷ୍ଟ ୨୭ : ଶ୍ରୀମନ୍ଦିରର ଆଠଟି ଦ୍ଵାରକୁ ରୂପା ଚାଦରର ଆସ୍ତରଣ ଦିଆଯିବ ବୋଲି ମନ୍ଦିରର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି  । ଝଲସ ସିଂହ ଦ୍ଵାର ସମେତ ଉତ୍ତର, ପଶ୍ଚିମ, ଦକ୍ଷିଣ, ଜୟ ବିଜୟ ଦ୍ୱାର, କଳାହାଟ ଦ୍ଵାର ଏବଂ ବେହରଣ ଦ୍ଵାରକୁ ରୂପା ଚାଦରରେ ସଜ୍ଜିତ କରାଯିବ।

ଏହି ସମସ୍ତ ଦ୍ଵାରକୁ ମରାମତି କରାଯାଇ ରୂପା ଚାଦରର ଆସ୍ତରଣ ଦିଆଯିବ। ଏଥିରେ ପ୍ରାୟ ଏକ କ୍ଵିଣ୍ଟାଲ୍‌ରୁ ଅଧିକ ରୂପା ଲାଗିବ ବୋଲି ଅନୁମାନ କରାଯାଇଛି  । ପ୍ରଭୁ ଜଗନ୍ନାଥଙ୍କ ଜଣେ ଭକ୍ତ ଏହି ସମସ୍ତ ରୂପା ଦାନ କରିବା ନେଇ ସୂଚନା ମିଳିଛି।

ଦାନରେ ମିଳିଥିବା ଏହି ରୂପାକୁ ନେଇ ଶ୍ରୀମନ୍ଦିର ଦ୍ୱାରକୁ ସଜାଯିବା ଓ ସେଥିଲାଗି ରାଜସ୍ଥାନରୁ କାରିଗରମାନେ ଆସି ଏହି କାର୍ଯ୍ୟ କରିବେ। ମନ୍ଦିରର ସମସ୍ତ ଦ୍ଵାରର କବାଟଗୁଡ଼ିକୁ ବର୍ମା କାଠରେ ତିଆରି କରାଯିବ। ଏଥିସହ କବାଟ ଉପରେ ୧୪ରୁ ୧୮ ଗଜ ମୋଟେଇ ରୂପାର ଚାଦର ଆଚ୍ଛାଦିତ କରାଯିବ ନେଇ ସୂଚନା ମିଳିଛି।

ଖୁବଶୀଘ୍ର ଏହି ମନ୍ଦିରର ଏହି ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହେବ  । ଜଣେ ଆଇଏସ୍ ଏଅଫିସରଙ୍କୁ ଏହାର ତଦାରଖ ଦାୟିତ୍ଵରେ ରଖାଯିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି।

By amfnews

Related Post