Sun. Sep 13th, 2026

ରାୟଗଡ଼ା: କାଶୀପୁରରେ ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ

388 Views

ରାୟଗଡ଼ା: ‘ଉତ୍କଳ ଭାରତ’ର ସଭାପତି ଖାରବେଳ ସ୍ୱାଇଁଙ୍କ ଉପରକୁ ଶନିବାର ରାୟଗଡ଼ା ଜିଲ୍ଲାର କାଶୀପୁରରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି। କିଛି ଯୁବକ ସଭାସ୍ଥଳକୁ ଯାଇ ଖାରବେଳଙ୍କୁ ଆକ୍ରମଣ କରିଥିବା ସୂଚନା ମିଳିଛି । ସଭା ଚାଲିଥିବା ବେଳେ ଯୁବକମାନେ ତାଙ୍କୁ ଏଠାକୁ କାହିଁକି ଆସିଛ କହି ଆକ୍ରମଣ କରିଥିଲେ ବୋଲି ଶ୍ରୀ ସ୍ୱାଇଁ ଅଭିଯୋଗ କରିଛନ୍ତି ।  ଆକ୍ରମଣ ସମୟର ଭିଡିଓକୁ ଖାରବେଳ ସ୍ୱାଇଁ ନିଜ ଫେସ୍‌ବୁକ୍‌ରେ ସେୟାର କରିଛନ୍ତି।

ଖାରବେଳ ସ୍ୱାଇଁ ୨ ଦିନିଆର ରାୟଗଡ଼ା ଗସ୍ତ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭାରେ ଯୋଗଦେଇଥିଲେ। ଗୁଣପୁର, ରାମନାଗୁଡ଼ା, ଟିକିରି ଏବଂ ରାୟଗଡ଼ା ଠାରେ ପଥପ୍ରାନ୍ତରେ ଯୋଗଦେଇ କାଶୀପୁର ଠାରେ ସଭାରେ ଦଳୀୟ କର୍ମକର୍ତ୍ତାଙ୍କୁ ଉଦ୍‌ବୋଧନ ଦେଉଥିବା ବେଳେ କିଛି ଯୁବକ ସଭାସ୍ଥଳରେ ଅଚାନକ  ପହଞ୍ଚି  ତାଙ୍କୁ ଗାଳିଗୁଲଜ କରିବା ସହ ଅାକ୍ରମଣ କରିଥିଲେ।

ଖାରବେଳଙ୍କୁ ଆକ୍ରମଣ କରିବା ଏହା ହେଉଛି ଦ୍ୱିତୀୟ ଘଟଣା। ପୂର୍ବରୁ ସେ କେନ୍ଦ୍ରାପଡ଼ାର ଆଳିରେ ଆକ୍ରମଣର ଶିକାର ହୋଇଥିଲେ।

By amfnews

Related Post