Sat. Aug 1st, 2026

ରାସ୍ତା ଉପରେ ନିଜ ମା’ଙ୍କ ମୃତଦେହ ନିକଟରେ ବସି କାନ୍ଦୁଥିଲେ ଅର୍ପିତା, ଏମିତି ବନିଗଲେ ଖାନ୍‌ ପରିବାରର ଲାଡ୍‌ଲି

302 Views

ସଲମାନ ଖାନଙ୍କ ଛୋଟ ଭଉଣୀ ତଥା ଖାନ୍‌ ପରିବାରର ସବୁଠାରୁ ଗେହ୍ଲି ଝିଅ ଅର୍ପିତାଙ୍କର ଆଜି ଅର୍ଥାତ୍‌ ୧୯୮୯ ମସିହା ଅଗଷ୍ଟ ୧ ତାରିଖ ହେଉଛି ଜନ୍ମଦିନ। ହେଲେନ୍‌ ସଲିମ ଖାନଙ୍କୁ ବିବାହ କରିବା ପରେ ରାସ୍ତା ଉପରେ ବସି କାନ୍ଦୁଥିବା ଜଣେ ଅନାଥ ଝିଅକୁ କୋଳେଇ ନେଇଥିଲେ। ୨୦୧୪ରେ ଅର୍ପିତା ନିଜ ବୟଫ୍ରେଣ୍ଡ ଆୟୁଷ ଶର୍ମାଙ୍କୁ ବିବାହ କରିଥିଲେ। ଆଜି ତାଙ୍କର ଜନ୍ମଦିନ ଅବସରରେ ଆମେ ଆପଣଙ୍କୁ ଅର୍ପିତାଙ୍କ ବିଷୟରେ କିଛି ଏମିତି କଥା କହିବୁ, ଯାହା ବୋଧେ ଆପଣ ପୂର୍ବରୁ କେବେ ବି ଶୁଣି ନ ଥିବେ।

salim sa

ଯେତେବେଳେ ଅର୍ପିତାଙ୍କ ମା’ଙ୍କର ମୁମ୍ବାଇ ରାସ୍ତାରେ ମୃତ୍ୟୁ ଘଟିଥିଲା, ସେ ତାଙ୍କ ମୃତଦେହ ନିକଟରେ ବସି କାନ୍ଦୁଥିଲେ। ଆଉ ସେତେବେଳେ ସଲିମଙ୍କ ନଜର ଅର୍ପିତାଙ୍କ ଉପରେ ପଡ଼ିଥିଲା। ସେହି ସମୟରେ ହେଲେନ୍‌ ଓ ସଲିମ ଅର୍ପିତାଙ୍କୁ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଅର୍ପିତା ନିଜ ସ୍କୁଲ ପାଠପଢ଼ା ମୁମ୍ବାଇରେ କରିଥିବା ବେଳେ ଫ୍ୟାଶନ କୋର୍ସ କରିବା ଲାଗି ଲଣ୍ଡନ ସ୍କୁଲ ଅଫ୍‌ ଫ୍ୟାଶନରେ ଆଡ୍‌ମିଶନ କରିଥିଲେ। ସେଠାରେ ପାଠପଢ଼ା ଶେଷ କରି ସେ ମୁମ୍ବାଇ ପୁଣି ଫେରିଆସିଥିଲେ। ଏଠାରେ ଏକ ଇଣ୍ଟେରିୟର ଡିଜାଇନର ପ୍ରତିଷ୍ଠାନରେ ଚାକିରି ଜୀବନ ଆରମ୍ଭ କରିଥିଲେ।

salman sal

୨୦୧୪ରେ ଅର୍ପିତା ନିଜଠୁ ୧ ବର୍ଷ ସାନ ବୟଫ୍ରେଣ୍ଡ ଆୟୁଷଙ୍କୁ ବିବାହ କରିଥିଲେ, ଯିଏ କି ହିମାଚଳ ପ୍ରଦେଶର ସବୁଠାରୁ ପ୍ରତିଷ୍ଠିତ ରାଜନୈତିକ ପରିବାରରୁ ଆସିଥିଲେ। ତାଙ୍କ ଦାଦା ଜଣେ କେନ୍ଦ୍ର ମନ୍ତ୍ରୀ ଥିଲେ ଏବଂ ହିମାଚଳ ପ୍ରଦେଶରେ ଦୂରସଞ୍ଚାର କ୍ରାନ୍ତି ଆଣିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ବାପା ଅନିଲ ଶର୍ମା ଜଣେ ବରିଷ୍ଠ କଂଗ୍ରେସ ନେତା ଥିଲେ ଏବଂ ଏବେ ବିଜେପିରେ ଅଛନ୍ତି।

boy boy

ତେବେ ଏବେ ଏବେ ଖବର ଆସୁଛି କି, ଅର୍ପିତା ଏବଂ ଆୟୁଷ ଦ୍ୱିତୀୟ ଥର ପାଇଁ ମା’ବାପା ହେବାକୁ ଯାଉଛନ୍ତି। ଏକ ରିପୋର୍ଟ ମୁତାବକ, ଅର୍ପିତା ଗର୍ଭବତୀ ଅଛନ୍ତି। ତଥାପି ଏହି ଖବରକୁ ନେଇ ଅର୍ପିତା କି ସଲମାନଙ୍କ ଆଡ଼ୁ କୌଣସି ପ୍ରତିକ୍ରିୟା ଆସିନାହିଁ। ବର୍ତ୍ତମାନ ସେମାନଙ୍କର ଏକ ପୁଅ ‘ଆହିଲ’ ଅଛି, ଯିଏ ପୂରା ପରିବାରର ଗେହ୍ଲା।

By amfnews

Related Post