Fri. Jun 12th, 2026

ରାସ୍ତାକଡ଼ରୁ ଯୁବକଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେହ

232 Views

ଭୁବନେଶ୍ୱର: ଫୁଲନଖରା ଅଞ୍ଚଳ ଇଷ୍ଟ କଲେଜ୍‌ ରାସ୍ତାକଡ଼ ବୁଦାମୂଳରୁ ପାହାଳ ଫାଣ୍ଡି ପୁଲିସ ଏକ ମୃତଦେହ ଜବତ କରିଛି। ମୃତକ ହେଲେ, ବଡ଼ମ୍ବା ଶଙ୍ଖମାରୀର ସନ୍ତୋଷ ସାହୁ। ପୁଲିସ ଶବକୁ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ କରାଇ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି। ସନ୍ତୋଷଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ପୁଲିସ ଏପର୍ଯ୍ୟନ୍ତ ସନ୍ତୋଷଙ୍କ ବାଇକ୍‌ ଓ ମୋବାଇଲ ଉଦ୍ଧାର କରିପାରିନାହିଁ। ତାଙ୍କୁ ଅନ୍ୟତ୍ର ହତ୍ୟା କରାଯାଇ ଏଠାରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। କିନ୍ତୁ ଏ ସଂପର୍କରେ ପରିବାରଲୋକଙ୍କ ପକ୍ଷରୁ କୌଣସି ଅଭିଯୋଗ କରାଯାଇନଥିବାରୁ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବାଲିଅନ୍ତା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଦୀପ୍ତ ରାଉତ କହିଛନ୍ତି।

ସୂଚନା ମୁତାବକ, ସନ୍ତୋଷ ଅଳଙ୍କାର ମରାମତି କରି ପେଟ ପୋଷୁଥିଲେ। ପୂର୍ବରୁ ସେ ରେଙ୍ଗାଳିରେ କାମ କରୁଥିଲେ। ତାଙ୍କ ବାପାଙ୍କର ୩ଜଣ ପତ୍ନୀ ଥିଲେ। ସମସ୍ତ ପତ୍ନୀ ଆତ୍ମହତ୍ୟା କରିଥିଲେ। କିଛି ଦିନ ତଳେ ସନ୍ତୋଷଙ୍କର ଜଣେ ଭାଇ ମଧ୍ୟ ଆତ୍ମହତ୍ୟା କରିଥିଲେ। ପାରିବାରିକ କଳହକୁ ନେଇ ଏହି ସବୁ ଅଘଟଣ ଘଟିଥିଲା। ଭାଇ ଆତ୍ମହତ୍ୟା କରିବା ପରେ ସେ ଘର କଥା ବୁଝିବା ପାଇଁ ଶଙ୍ଖମାରୀ ଚାଲି ଆସିଥିଲେ। ‌ଶେଷ ପତ୍ନୀ ବା ସନ୍ତୋଷଙ୍କର ମା’ଙ୍କର ୧୩ଦିନ ତଳେ ମୃତ୍ୟୁ ଘଟିଥିଲା। ମୃତ୍ୟୁର ୧୨ଦିନ ପରେ ସନ୍ତୋଷ ବାହାରେ କାମ କରିବେ ବୋଲି କହି ନିଜ ବାଇକ୍‌ ଧରି ଘରୁ ବାହାରି ଆସିଥିଲେ।

By amfnews

Related Post