Mon. May 20th, 2024
226 Views

ଅଯୋଧ୍ୟା, ଅଗଷ୍ଟ ୦୨ : ରାମ ମନ୍ଦିର ନିର୍ମାଣ ଲାଗି ଦୁଇ ଦିନ ପରେ (ଅଗଷ୍ଟ ୫)ରେ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥି ଲାଗି ଅଯୋଧ୍ୟାରେ ଉତ୍ସାହ ଦେଖାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂମି ପୂଜନରେ ଅଂଶଗ୍ରହଣ କରିବାକୁ ଅଯୋଧ୍ୟା ଗସ୍ତ କରିବେ । ଏହି ମହାନ ପର୍ବର ସମୟ ପାଖେଇ ଆସୁଥିବା ବେଳେ ଶ୍ରୀରାମ ମନ୍ଦିର ସଂପର୍କିତ ଅନେକ ତଥ୍ୟ ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଭୂମି ପୂଜନ ପାଇଁ ଅତିଥିଙ୍କୁ ପଠାଯାଇଥିବା ନିମନ୍ତ୍ରଣ ପତ୍ର ମଧ୍ୟ ସାମ୍ନାକୁ ଆସିଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଭୂମି ପୂଜନ କାର୍ଯ୍ୟକ୍ରମରେ ୨୦୦ ଅତିଥିଙ୍କୁ ନିମନ୍ତ୍ରଣ ପଠାଯାଇଛି । ରାମଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ତରଫରୁ ଅତିଥିଙ୍କୁ ହଳଦିଆ ନିମନ୍ତ୍ରଣ ପଠାଯାଇଛି । ଏଥିରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହୁଥିବା ଉଲ୍ଲେଖ କରାଯାଇଛି । ଏହା ବ୍ୟତୀତ ଅତିଥିମାନେ ଅଗଷ୍ଟ ୪ ତାରିଖ ସୁଦ୍ଧା ଅଯୋଧ୍ୟାର କାରସେବକପୁରମ ପହଂଚିବାକୁ ଅପିଲ କରାଯାଇଛି ।

କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଥିବା କିଛି ଅତିଥିଙ୍କ ନାମ ଜଣାପଡ଼ିଛି । ଏଥିରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରମୁଖ ମୋହନ ଭାଗବତ, ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ, ବିଜେପି ନେତ୍ରୀ ଉମା ଭାରତୀ, ରାମ ମନ୍ଦିର ଆନ୍ଦୋଳନର ସାଧ୍ୱୀ ଋନ୍ତଭରା, ବାବରୀ ମସଜିଦର ମୁଦ୍ଦଇ ଇକବାଲ ଅନସାରୀ ଓ ରାଜେନ୍ଦ୍ରଦେବାଚାର୍ଯ୍ୟ ସାମିଲ ଅଛନ୍ତି ।

By amfnews

Related Post