Sun. Nov 1st, 2026

ରାମ ମନ୍ଦିର ନିର୍ମାଣ ପାଇଁ ସରକାର ଆଇନ ପ୍ରଣୟନ କରନ୍ତୁ- ଆରଏସଏସ ମୁଖ୍ୟ ମୋହନ ଭାଗବତ

463 Views

ନାଗପୁର: ରାମ ମନ୍ଦିର ହେବା ଜରୁରି। ଯେମିତି ବି ହେଉ ରାମ ମନ୍ଦିର ହେବା ଉଚିତ। ଆବଶ୍ୟକ ପଡ଼ିିଲେ ସରକାର ଏଥିପାଇଁ ଆଇନ ପ୍ରଣୟନ କରି ରାମମନ୍ଦିର ନିର୍ମାଣ କରନ୍ତୁ ବୋଲି ଆଜି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ତଥଶ ସରସଂଘଚାଳକ ମୋହନ ଭାଗବତ କହିଛନ୍ତି। ରାମ ମନ୍ଦିର ନେଇ ଆରଏସଏସ ପ୍ରମୁଖ ମୋହନ ଭାଗବତଙ୍କ ଏହି ବଡ଼ ବୟାନ ପରିପ୍ରେକ୍ଷୀରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଆଜି ନାଗପୁର ଠାରେ ଆରଏସଏସ ପକ୍ଷରୁ ବିଜୟ ଦଶମୀ ଉତ୍ସବ ପାଳନ ହେଉଛି। ଏଥିରେ ନୋବେଲ ପୁରସ୍କାର ବିଜେତା କୈଳାଶ ସତ୍ୟାର୍ଥୀ ମୁଖ୍ୟ ଅତଥିଭାବେ ଯୋଗ ଦେଇଛନ୍ତି। ଏହି ଉତ୍ସବରେ ଆରଏସଏଓ ପ୍ରମୁଖ ମୋହନ ଭାଗବତ କହିଛନ୍ତି ଯେ ରାମ କେବଳ ହିନ୍ଦୁଙ୍କର ନୁହନ୍ତି, ସେ ସମଗ୍ର ଭାରତର। ରାମ ମନ୍ଦିର ନିର୍ମାଣ ହେଲେ ଧୋରେ ସଦ୍‌ଭାବନାର ପରିବେଶ ସୃଷ୍ଟି ହେବ। ଇତିହାସର କେଉଁ ଏକ ଅଶୁଭ ସମୟରେ ବାବର ନାମକ ଏକ ଝଡ଼ ଆସି ଭାରତରେ ହିନ୍ଦୁ- ମୁସଲମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି କରି ଦେଇଯାଇଛି। ତେଣୁ ଭାରତରେ ରାମ ମନ୍ଦିର ହେବା ଜରୁରି। ଆଉ ଯେ କୌଣସି ଉପାୟରେ ହେଉନା କାହିଁକି ରାମ ମନ୍ଦୀର ହେବା ଜରୁରି। ଏଥିପାଇଁ ସରକାର ଆଇନ ଆଣନ୍ତୁ ବୋଲି ମୋହନ ଭାଗବତ କହିଛନ୍ତି ।

ସେହିପରି କେରଳ ସାବିରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ଶ୍ରୀ ଭାଗବତ କହିଛନ୍ତି ଯେ ଲୋକେ ଦୀର୍ଘ ଦିନରୁ ଚଳି ଆସିଥିବା ପରମ୍ପରାକୁ ଛାଡ଼ିବାକୁ ପ୍ରସ୍ତୁତ ନୁହଁନ୍ତି। ଏ ନେଇ କୋର୍ଟ ଯେଉଁ ରାୟ ଦେଇଛନ୍ତି, ତାହା ପୁରଷ- ମହିଳାଙ୍କ ମଧ୍ୟରେ ସମାନତା ଦର୍ଶାଇବା ପାଇଁ ଉଦ୍ଦିଷ୍ଟ। ମାତ୍ର ଏହା ଫଳରେ ଦୀର୍ଘଦିନ ହେବ ଲୋକଙ୍କ ପରମ୍ପରା ଓ ବିଶ୍ୱାସ ଭାଙ୍ଗି ଯାଇଛି। ଯିଏ ଏ ନେଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ସିଏ ମନ୍ଦିର ଯାଇ ନାହାଁନ୍ତି। ଯେଉଁ ମହିଳାମାନେ ଆନ୍ଦୋଳନ କରୁଛନ୍ତି ସେମାନେ ଧର୍ମଓ ପରମ୍ପରାକୁ ମାନନ୍ତି। ତେବେ ଧାର୍ମିକ ବିଷୟ ପରେ ଧର୍ମାଚାର୍ଯ୍ୟମାନଙ୍କ ପରାମର୍ଶ ଗ୍ରହଣ କରାଯିବା ଉଚିତ ବୋଲି ମୋହନ ଭାଗବତ କହିଛନ୍ତି

 

By amfnews

Related Post