Mon. May 20th, 2024

ରାମବିଳାସ ପାସୱାନ: ଆଜି ସରକାରୀ ନିବାସକୁ ଆସିବ ପାର୍ଥିବ ଶରୀର, କାଲି ଅନ୍ତିମ ସଂସ୍କାର

By amfnews Oct 9, 2020 #Featured
151 Views

ନୂଆଦିଲ୍ଲୀ, ଅକ୍ଟୋବର ୦୯  : ସ୍ୱର୍ଗତ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନଙ୍କ ପାର୍ଥିବ ଶରୀର ଶେଷ ଦର୍ଶନ ଲାଗି ଆଜି ପୂର୍ବାହ୍ନ ୧୦ଟାରେ ତାଙ୍କର ନିବାସ ୧୨ ଜନପଥକୁ ଅଣାଯିବ । ଏଠାରେ ଲୋକମାନେ ନିଜର ପ୍ରିୟ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ । ରାମବିଳାସ ପାସୱାନଙ୍କ ହୃଦୟ ଜନିତ ରୋଗ ଯୋଗୁଁ ଗୁରୁବାର ସନ୍ଧ୍ୟାରେ ପରଲୋକ ହୋଇଯାଇଥିଲା ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗୁରୁବାର ରାତି ସାରା ରାମବିଳାସ ପାସୱାନଙ୍କ ପାର୍ଥିବ ଶରୀର  ଏସ୍କର୍ଟ ହସ୍ପିଟାଲରେ ଥିଲା । ଏହି ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ତାଙ୍କର ପାର୍ଥିବ ଶରୀର ଆଜି ପୂର୍ବାହ୍ନ ୧୦ଟାରେ ତାଙ୍କର ସରକାରୀ ନିବାସ ୧୨ ଜନପଥ ଦିଲ୍ଲୀ ଅଣାଯିବ । ଲୋକଙ୍କର ଅନ୍ତିମ ଦର୍ଶନ ପରେ ତାଙ୍କର ପାର୍ଥିବ ଶରୀରକୁ ଅପରାହ୍ନ ୨ଟାରେ ବିହାରର ରାଜଧାନୀ ପାଟଣା ନିଆଯିବ । ସେଠାରେ ପାର୍ଥିବ ଶରୀରକୁ ଲୋକ ଜନଶକ୍ତି ପାର୍ଟି କାର୍ଯ୍ୟାଳୟରେ ରଖାଯିବ । ସେଠାରେ ତାଙ୍କର ପ୍ରଶଂସକ ଶ୍ରଦ୍ଧାଞ୍ଜଳି ଦେବେ । ଶନିବାର ପୂର୍ବାହ୍ନରେ ତାଙ୍କର ପାଟଣାରେ ଅନ୍ତିମ ସଂସ୍କାର ହେବ ।

ସୂଚନାଯୋଗ୍ୟ, ଦେଶର ପ୍ରମୁଖ ଦଳିତ ନେତାଙ୍କ ମଧ୍ୟରୁ ଅନ୍ୟତମ ଜଣେ ତଥା କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନଙ୍କ ଗୁରୁବାର ଦେହାନ୍ତ ହୋଇଯାଇଛି । ସେ ୭୪ ବର୍ଷ ଥିଲେ । ତାଙ୍କର ସମ୍ମାନରେ ଶୁକ୍ରବାର ରାଷ୍ଟ୍ରୀୟ ଶୋକ ଦିବସ ପାଳନ କରାଯାଉଛି । ରାଷ୍ଟ୍ରୀୟ ଶୋକ ଦିବସ ଅବସରରେ ତ୍ରିରଙ୍ଗା ଅର୍ଦ୍ଧନିମ୍ନଗାମୀ କରାଯାଇଛି । ତାଙ୍କର ପୁତ୍ର ତଥା ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ ଚିରାଗ ପାସୱାନ ପିତାଙ୍କ ପରଲୋକ ନେଇ ଟୁଇଟ କରିଛନ୍ତି । ସେ କହିଛନ୍ତି ପାପା, ଆପଣ ଏହି ଦୁନିଆରେ ଆଉ ନାହାନ୍ତି । କିନ୍ତୁ ମୁଁ ଜାଣିଛି ଆପଣ ଯେଉଁଠି ବି ଥିବେ, ସବୁବେଳେ ମୋ ସହିତ ରହିବେ ।

ପାସୱାନଙ୍କ ବିୟୋଗରେ ରାଷ୍ଟ୍ରପତି ରାମାନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ଜଣାଇଛନ୍ତି । ରାଷ୍ଟ୍ରପତି ନିଜର ଶୋକବାର୍ତ୍ତାରେ ଲେଖିଛନ୍ତି ଯେ, ପାସୱାନ ଜଣେ ଦୂରଦର୍ଶୀ ନେତା ଥିଲେ । ତାଙ୍କର ଗଣନା ସର୍ବାଧିକ ସକ୍ରିୟ ଥିଲା । ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ଶୋକ ଜଣାଇ କହିଛନ୍ତି, ଦୁଃଖ ବାର୍ତ୍ତା କହିବା ପାଇଁ ଶବ୍ଦ ନାହିଁ । ଦେଶରେ ଏଭଳି ଶୂନ୍ୟତା ରହିଗଲା, ଯାହା ପୂରଣ ହେବା ଆଶା କମ । ରାମବିଲାସ ପାସୱାନଙ୍କ ପରଲୋକ ବ୍ୟକ୍ତିଗତ କ୍ଷତି । ଏଭଳି ବନ୍ଧୁ ମିଳିବା ସହଜ ନୁହେଁ ।

By amfnews

Related Post