Sun. May 12th, 2024

ରାଫେଲ ଡିଲ୍ ଉପରେ ଏବେ ପ୍ରଶ୍ନ ଉଠାଇଲେ ଫ୍ରାନ୍ସ ମିଡିଆ

rout.subhashree22@gmail.com' By Subhashree Rout Aug 31, 2018 #Featured
222 Views

ନୂଆଦିଲ୍ଲୀ, ଅଗଷ୍ଟ୩୧:

 ରାଫେଲ ଡିଲକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସର୍ବଦା ଏନଡିଏ ସରକାରକୁ ଘେରି ଆସୁଥିବା ବେଳେ ଏବେ ଫ୍ରାନ୍ସ ମିଡିଆ ରାଫେଲ ଘୋଟାଲା ବିବାଦର ତୂଳନା ୧୯୮୦ ଦଶକର ବୋଫର୍ସ ଘୋଟାଲା ସହ  କରିଛି।  ଫ୍ରାନ୍ସର ପ୍ରମୁଖ ଖବରକାଗଜ ଫ୍ରାନ୍ସ ୨୪ କହିଛି ଯେ ୨୦୦୭ରେ ଆରମ୍ଭ ହୋଇଥିବା ଏହି ଡିଲରେ ୨୦୧୫ରେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍(ଏଚଏଲ)କୁ କେମିତି ବାହାର କରି ଘରୋଇ କ୍ଷେତ୍ରର ରିଲାଏନ୍ସ ଡିଫେନ୍ସକୁ ସାମିଲ କରାଗଲା।

ଫ୍ରାନ୍ସ ୨୪ ମୁତାବକ ୨୦୦୭ରେ ରାଫେଲ ଡିଲ୍ ଆରମ୍ଭ ହୋଇଥିଲା। ସେହି ସମୟରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ସବୁଠୁ ବଡ ଟ୍ରେଜେରୀ ଜାରି କରି ୧୨୬ ବହୁମୁଖୀ ଲଢୁଆ ବିମାନ କ୍ରୟ କରିବାର ପ୍ରସ୍ତାବ ରଖିଥିଲା। ଏହି ପ୍ରସ୍ତାବ ରଖିବାର କାରଣ ସେହି ଦେଶରେ ଦେଶର ବ୍ୟବହୃତ ରୁଷର ବିମାନ ବହୁତ ପୁରୁଣା ହୋଇ ସାରିଥିଲା ଏବଂ ସବୁ ପ୍ରକାରର ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ସମର୍ଥ ନଥିଲା।

ମନମୋହନ ସିଂହ ସରକାରରେ ହୋଇଥିଲା ଡିଲ

୨୦୦୭ରୁ ଆରମ୍ଭ ହୋଇଥିବା ଏହି ଡିଲ ୫ ବର୍ଷର ଆଲୋଚନା ପରେ ମନମୋହନ ସିଂହଙ୍କ ନେତୃତ୍ଵାଧୀନ କଂଗ୍ରେସ ସରକାର ପ୍ରତିରକ୍ଷା ମନ୍ତ୍ରଣାଳୟର  ଏହି ଟେଣ୍ଡରରେ ଫ୍ରାନସିସ୍ କମ୍ପାନୀ ଦସାଲ୍ଟ ବିଜୟୀ ହୋଇଥିବା ଘୋଷଣା କରିଥିଲା। ୨୦୧୨ରେ ହୋଇଥିବା ବୁଝାମଣା ମୁତାବକ  ପ୍ରତି ରକ୍ଷା ମନ୍ତ୍ରଣାଳୟ ସେବା ପାଇଁ ଫ୍ରାନ୍ସ କମ୍ପାନୀ ତୁରନ୍ତ ୧୮ଟି ରାଢେଲ ଲଢୁଆ ବିମାନ ଭାରତକୁ ପ୍ରଦାନ କରିବ। ବଳକା ୧୦୮ ଲଢୁଆ ବିମାନର ନିର୍ମାଣ ଫ୍ରାନସିସ୍ କମ୍ପାନୀ ଦସାଲ୍ଟ ଭାରତୀୟ କମ୍ପାନୀ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ସହ ମିଶି ଭାରତରେ ନିର୍ମାଣ କରିବେ।

ଫ୍ରାନ୍ସ ୨୪ ମୁତାବକ ଏହି ଡିଲ ହୋଇଥିବା ସମୟରେ ଭାରତର ଉଦ୍ଦେଶ୍ୟ ଥିଲା ଏହି ଡିଲ ଜରିଆରେ ଭାରତ ସରକାରର ଏରୋସ୍ପେସ୍ ଓ ଡିଫେନ୍ସ କମ୍ପାନୀ ଏଚଏଏଲର ଆଧୁନିକ ଉତ୍ପାଦନ କ୍ଷମତା ବୃଦ୍ଧି ପାଇବ ଏବଂ ଦେଶ ପାଇଁ ଲଢୁଆ ବିମାନ ନିର୍ମାଣ ହୋଇ ପାରିବ। ଫ୍ରାନ୍ସ ୨୪ ମୁତାବକ କଂଗ୍ରେସ ସରକାରର ଏହି ଡିଲର ମୂଲ୍ୟ ଓ କ୍ଷମତାକୁ ନେଇ ବିବାଦ ଚାଲିବାରୁ ଏହା ଆଗାମୀ ୩ ବର୍ଷ ପର୍ୟ୍ୟନ୍ତ ଝୁଲି ରହିଥିଲା। ପ୍ରାରମ୍ଭିକ ଅବସ୍ଥାରେ ୧୨ ବିଲିୟନ ଡଲାରରେ ଏହି ଡିଲ୍ ହୋଇଥିଲା। ଯାହା ପରବର୍ତ୍ତୀ ସମୟରେ ବୃଦ୍ଧି ପାଇ ୨୦ ବିଲିୟନ ଡଲାରରେ ପହଞ୍ଚିଛି। ମୂଲ୍ୟ ବୃଦ୍ଧି ହେବା ପଛର କାରଣ ଏହା ଯେ କିଛି ଲଢୁଆ ବିମାନର ନିର୍ମାଣ ଭାରତରେ କରାଯାଉ।

ଏଚଏଏଲ ବାହାର ଓ ଅମ୍ବାନୀ ପ୍ରବେଶ

ଫ୍ରାନ୍ସ ୨୪ର ରିପୋର୍ଟ ମୁତାବକ ଡିଲରେ ଆଶ୍ଚର୍ୟ୍ୟଚକିତ କରିବା ଭଳି ପରିବର୍ତ୍ତନ ହୋଇଛି। ଭାରତରେ ଏଚଏଏଲ ପାଖରେ ପ୍ରତି ରକ୍ଷାରେ ମ୍ୟାନୁଫ୍ୟାକଚରିଂର ୭୮ ବର୍ଷର ପୁରୁଣା ଅନୁଭବ ଥିବା ସତ୍ତ୍ଵେ ଦସାଲ୍ଟ ଏହି କମ୍ପାନୀଠୁ ବୁଝାମଣା ବାତିଲ କରି ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ ସହ ଚୁକ୍ତି କରିଥିଲା। ଖାସ୍ କଥା ଏହା ଯେ ସେହି ସମୟରେ ରିଲାଏନ୍ସ ପାଖରେ ପ୍ରତି ରକ୍ଷା ସାମଗ୍ରୀ ନିର୍ମାଣ କରିବା ତ ଦୂରର କଥା ବିମାନ ଚଳାଚଳ କ୍ଷେତ୍ରର କୌଣସି ଅଭିଜ୍ଞତା ମଧ୍ୟ ନଥିଲା। ତଥାପି ହାଲକୁ ଏହି ଡିଲରୁ ବାଦ୍ ଦିଅାଯାଇ ଅମ୍ବାନୀ ଗ୍ରୁପକୁ ସାମିଲ କରାଗଲା, ଯାହା ଏବେ ଭାରତ ସମେତ ଫ୍ରାନ୍ସର ଚର୍ଚ୍ଚାର ବିଷୟ ପାଲଟିଛି।

Related Post