Thu. Aug 13th, 2026

ରାଫେଲ୍ ବିମାନ ଆଣିବା ପାଇଁ ଫ୍ରାନ୍ସ ଯିବେ ପ୍ରତିରକ୍ଷାମନ୍ତ୍ରୀ

253 Views

ନୂଆଦିଲ୍ଲୀ  : ସେପ୍ଚେମ୍ବର ୨୦ରେ ଫ୍ରାନ୍ସ ଭାରତକୁ ଚୁକ୍ତି ଅନୁଯାୟୀ ରାଫେଲ୍ ବିମାନ ହସ୍ତାନ୍ତର କରିବ। ଏହା ପୂର୍ବରୁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସଂହ ଏବଂ ଭାରତୀୟ ବାୟୁସେନାର ମୁଖ୍ୟ ବିଏସ ଧନୋଆ ଫ୍ରାନ୍ସ ଗସ୍ତରେ ଯିବେ। ଗତକାଲି ସରକାରଙ୍କ ତରଫରୁ ଏହି ସୂଚନା ମିଳିଛି। ସେପ୍ଟେମ୍ୱର ୨୦ରେ ପ୍ରତିରକ୍ଷାମନ୍ତ୍ରୀ ଓ ବାୟୁସେନା ମୁଖ୍ୟଙ୍କୁ ବିମାନ ହସ୍ତାନ୍ତର କରିବେ ଡାସଲ୍ଟ ଏଭିଏସନ କମ୍ପାନୀର କତ୍ତୃପକ୍ଷ।

ଫ୍ରାନ୍ସର ଡାସଲ୍ଟ ଏଭିଏସନ କମ୍ପାନୀ ଏହି ରାଫେଲ ବିମାନ ତିଆରି କରୁଛି। ୩୬ଟି ରାଫେଲ ବିମାନ ପାଇଁ ଭାରତ ଫ୍ରାନ୍ସ ସହ ଚୁକ୍ତି କରିଛି। ଏଥିପାଇଁ  ଦୁଇ ଦେଶ ମଧ୍ୟରେ ୫୮ ହଜାର କୋଟି ଟଙ୍କାର ଚୁକ୍ତି ହୋଇଥିଲା। ଏହି ବିମାନରେ ଯୁଦ୍ଧାସ୍ତ୍ର ଏବଂ ମିସାଇଲ୍ ବୋହି ନେବାର କ୍ଷମତା ରହିଛି।

By amfnews

Related Post