Wed. Sep 16th, 2026

ରାଜ୍ୟ ସରକାରଙ୍କ ଆଗତୁରା ପଦକ୍ଷେପ, ଏମ୍‌ସରେ ଖୋଲିଲା ନିପାର ସ୍ୱତନ୍ତ୍ର ଓ୍ଵାର୍ଡ

508 Views

କେରଳରେ ନିପା ଭୂତାଣୁର ଭୟବହତାକୁ ଲକ୍ଷ୍ୟ କରି ଆଗତୁରା ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ନିପା ଭୂତାଣୁ ଉପରେ ଦୃଷ୍ଟି ରଖି ସଜାଗ ରହିବାକୁ ରାଜ୍ୟର ୩୦ଟି ଜିଲ୍ଲା ମେଡିକାଲ୍ ୫ଟି ମେଡିକାଲ କଲେଜ କର୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଛି ଓଡ଼ିଶାରେ ଏପର୍ଯ୍ୟନ୍ତ ନିପା ଭୂତାଣୁ ସମ୍ପର୍କରେ କିଛି ବି ରିପୋର୍ଟ ଆସିନି ତେଣୁ ଓଡ଼ିଶାର ଲୋକେ ଆତଙ୍କିତ ହେବାର କୌଣସି କାରଣ ନାହିଁ ତଥାପି ଆଗୁଆ ପଦକ୍ଷେପ ସ୍ୱରୂପ ସମସ୍ତଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି ମଙ୍ଗଳବାର ଏନେଇ ସେମାନଙ୍କ ନିକଟକୁ ଚିଠି କରାଯାଇଥିଲା ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂକ୍ରାନ୍ତରେ ଏକ ଚିଠି ମଧ୍ୟ ପହଞ୍ଚିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଏହାକୁ ଅନୁଧ୍ୟାନ କରିବା ପରେ ରାଜ୍ୟ ସରକାର ସାନି ନିର୍ଦେଶନାମା ଜାରି କରିବେ

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି, ବାଦୁଡ଼ି ଘୁଷୁରିଙ୍କଠାରୁ ଏହି ରୋଗ ବ୍ୟାପୁଥିବା ନଜରକୁ ଆସିଛି ମୁଖ୍ୟତଃ ବାଦୁଡ଼ି ଖାଇଥିବା ଫଳ ଦ୍ୱାରା ଏହା ବ୍ୟାପୁଛି ଏଣୁ ଲୋକେ ଫଳ ଖାଇବା ସମୟରେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ଆବଶ୍ୟକ କୌଣସି ଖଣ୍ଡିଆ ଫଳ ଖାଇବା ଅନୁଚିତ୍ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ଏହି ରୋଗ ବ୍ୟାପିଥାଏ

By amfnews

Related Post