Mon. Aug 17th, 2026

ରାଜ୍ୟ ମହିଳା ବିଜେଡି କାର୍ଯ୍ୟକାରୀ ସଭାନେତ୍ରୀଙ୍କୁ ସ୍ୱାଗତ

264 Views

ରାଉରକେଲା, ୧୦ା୧୨  : ମହିଳା ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାନେତ୍ରୀ ଗୀତାଞ୍ଜଳି ବସ୍ତିଆ ଜିଲା ଗସ୍ତରେ ଆସିଥିବା ବେଳେ ତାଙ୍କୁ ରାଉରକେଲା ମହିଳା ବିଜେଡି ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ରାଉରକେଲା ଷ୍ଟେସନରେ ମହିଳା ବିଜେଡି ନେତୃବୃନ୍ଦ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ ଜଣାଇଥିଲେ । ମହିଳା ବିଜେଡି କାର୍ଯ୍ୟକାରୀ ସଭାନେତ୍ରୀ ଗାତାଞ୍ଜଳି ବସ୍ତିଆ ସୁନ୍ଦରଗଡ ଓ ତଳସରା ନିର୍ବାଚନ ମଣ୍ଡଳୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଆଜି ସେ ରାଉରକେଲା, ରଘୁନାଥପାଲୀ ଓ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ ।

ମହିଳା ବିଜେଡି ସାଙ୍ଗଠନିକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ତାଙ୍କର ଏହି ଗସ୍ତ ବେଳେ ଆଲୋଚନା କରିବେ ବୋଲି ଜଣାପଡିଛି । ଜିଲା ମହିଳା ବିଜେଡି କାର୍ଯ୍ୟକାରୀ ସଭାନେତ୍ରୀ ଆରତୀ ଚୌଧୁରୀ, ପୂର୍ବତନ ପୌରାଧ୍ୟକ୍ଷା ରଶ୍ମିବାଳା ମିଶ୍ର, ବରିଷ୍ଠ ନେତ୍ରୀ ମିନତୀ ଦେବତା, ପ୍ରେମା ଦାସ, ସନ୍ଧ୍ୟା ଲାକ୍ରା, ଜ୍ୟୋସ୍ନା ନାୟକ, ରଘୁନାଥପାଲୀ ମହିଳା ବିଜେଡି ସଭାନେତ୍ରୀ ଇନ୍ଦିରା ନାୟକ, ଲକ୍ଷ୍ମୀ ସିଂ, ଦୁର୍ଗା ସାହୁ, ନୂତନ ଦୀପ, ସବିତା ଜାମୁଦା, ସରିତା ମିଶ୍ର, ପ୍ରତିମା ରାଉତ, ଉମି ନାୟକ, ରୀନା ବାରିକ, ରାଜଲକ୍ଷ୍ମୀ ଦାସ, କୌଶଲ୍ୟା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

By amfnews

Related Post