Sat. Oct 3rd, 2026

ରାଜ୍ୟ ପୋଲିସର 8 ଜଣ ଅତିରିକ୍ତ ଏସପିଙ୍କୁ ପଦୋନ୍ନତି

272 Views

ଭୁବନେଶ୍ବର, ଅଗଷ୍ଟ ୨୧ : ରାଜ୍ୟ ପୋଲିସର 8 ଜଣ ଅତିରିକ୍ତ ଏସପିଙ୍କୁ ଏସପି ପାହ୍ୟାକୁ ପଦୋନ୍ନତି ମିଳିଥିବା  ଶୁକ୍ରବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି  । ପଦୋନ୍ନତି ପାଇଥିବା ଅଧିକାରୀମାନେ ହରେକୃଷ୍ଣ ବେହେରା, ପ୍ରତାପ କୁମାର ସ୍ୱାଇଁ, ନାରାୟଣ ପଣ୍ଡା, ନାରାୟଣ ମହାନ୍ତି, ଅମରେନ୍ଦ୍ର ରଣା, ଯଶୋବନ୍ତ ସେନାପତି, ପ୍ରଦୀପ କୁମାର ଦାସ ଓ ମନୋଜ କୁମାର ମହନ୍ତ  । ପଦୋନ୍ନତି ବୋର୍ଡରେ ଅନୁମୋଦନ ପାଇବା ପରେ ଉକ୍ତ ଅଧିକାରୀମାନଙ୍କୁ ଏସପି ପାହ୍ୟାରେ ନିଯୁକ୍ତ କରାଯାଇଛି  । ତେବେ ଏହି ପଦୋନ୍ନତି ପରେ ଅନ୍ୟ ସମସ୍ତ ପୋଲିସ ଅଧିକାରୀଙ୍କ ଅଦଳବଦଳ ହେବାର ସମ୍ଭାବନା ରହିଛି  ।

By amfnews

Related Post