Wed. Jul 15th, 2026

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ, ନବୀନଙ୍କୁ ଫୋନ କଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

404 Views

ଭୁବନେଶ୍ୱର, ସେପ୍ଟେମ୍ବର ୧୦ :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନ ଯୋଗେ କଥା ହେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ରାଜ୍ୟସଭା ଉପାଧ୍ୟକ୍ଷ ନିଚନ ପୂର୍ବରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଫୋନ୍ ଯୋଗେ କଥା ହୋଇଛନ୍ତି।

ନିର୍ବାଚନରେ ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିବା ଲାଗି ନୀତିଶ କୁମାର, ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି। ଫୋନ୍ ବାର୍ତ୍ତାଳାପ ବେଳେ ନୀତିଶ କହିଛନ୍ତି ଯେ, ତାଙ୍କ ଦଳ ପକ୍ଷରୁ ହରିବଂଶ ନାରାୟଣ ସିଂହଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ କରାଯାଇଛି।

ତେଣୁ ଏହି ନିର୍ବାଚନରେ ବିଜେଡି ହରିବଂଶଙ୍କୁ ସମର୍ଥନ କରିବା ଲାଗି ନୀତିଶ କୁମାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି।

ଗତଥର ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ହରିବଂଶଙ୍କ ପ୍ରାର୍ଥିତ୍ୱକୁ ବିଜେଡି ସମର୍ଥନ କରିଥିଲା। ତେବେ ଏଥର ନୀତିଶ ଫୋନ୍ କରିଥିଲେ ବି ନବୀନଙ୍କ ଉତ୍ତର ସମ୍ପର୍କରେ କିଛି ସୂଚନା ମିଳିନି ।

By amfnews

Related Post