Wed. Sep 30th, 2026

ରାଜ୍ୟସଭାରୁ ଇସ୍ତଫା ଦେବାକୁ ନିଜ ସାଂସଦମାନଙ୍କୁ କହିଲେ ମେହବୁବା ମୁଫ୍‌ତି

196 Views

ନୂଆଦିଲ୍ଲୀ  : ରାଜ୍ୟସଭାରେ ଥିବା ତାଙ୍କର ଦୁଇ ଜଣ ସାଂସଦ ଇସ୍ତଫା ଦିଅନ୍ତୁ ବୋଲି ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଚାହୁଁଥିବା କଥା ଜଣାପଡ଼ିଛି।

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କର ଜଣେ ସହଯୋଗୀ କହିଛନ୍ତି: ଘରୁ ଅଣାଯାଇ ତାଙ୍କୁ ଗୋଟାଏ ଗେଷ୍ଟ୍‍ହାଉସ୍‌ରେ ବନ୍ଦୀ କରାଯିବା ସମୟରେ ସେ ବାର୍ତ୍ତା ପଠାଇଥିଲେ କି, ଇସ୍ତଫା ଦିଅ ନଚେତ ବହିଷ୍କାର ହେବ।

୨୦୧୮ ଯାଏଁ ବିଜେପି ସହ ମେଣ୍ଟ କରିଥିବା ପିପଲ୍‌ସ୍‌ ଡେମୋକ୍ରାଟିକ୍‌ ପାର୍ଟିର ରାଜ୍ୟସଭାରେ ଦୁଇ ଜଣ ସଦସ୍ୟ ଅଛନ୍ତି। ଜୁନ୍‌ ୨୦୧୮ରେ ବିଜେପି ପିପଲ୍ସ ଡେମୋକ୍ରାଟିକ୍‌ ପାର୍ଟିରୁ ସମର୍ଥନ ପ୍ରତ୍ୟାହାର କରି ଆଣିଥିଲା।ସରକାର ଜମ୍ମୁ ଓ କଶ୍ମୀର ପ୍ରସ୍ତାବ ରାଜ୍ୟସଭାରେ ଆଗତ କରିବା ପରେ ଦୁଇ ସଦସ୍ୟ ମିର୍‌ ଫୟାଜ୍‌ ଏବଂ ନାଜିର ଅହମଦ୍‌ ଲେଓ୍ଵ ସମ୍ବିଧାନର ପୁସ୍ତିକା ଚିରି ପକାଇଥିଲେ।

ଫୟାଜ୍‌ କହିଥିଲେ ସେମାନେ ଇସ୍ତଫା ଦେବାକୁ ବିଚାର କରୁଥିଲେ, କିନ୍ତୁ ପିଡିପି ନେତୃତ୍ୱ ସହ ଯୋଗାଯୋଗ କରିବାକୁ ଚାହାଁନ୍ତି। ସେ କହିଲେ: ଯୋଗାଯୋଗ ବିଚ୍ଛିନ୍ନ କରାଯାଇଥିବାରୁ ଆମେ କାହା ସହ କଥାବାର୍ତ୍ତା କରିବାକୁ ସମର୍ଥ ହୋଇ ପାରୁନୁ। ଆମେ ଆଲୋଚନା କରିବୁ… ଏବଂ ନିଷ୍ପତ୍ତି ନେବୁ।

By amfnews

Related Post