Thu. Jul 2nd, 2026

ରାଜ୍ୟରେ ୨୦ ବୃହତ ଶିଳ୍ପ ଅଚଳ, ସିଏସ୍‌ଆର୍‌ ବ୍ୟୟ କମୁଛି

186 Views

ଭୁବନେଶ୍ୱର: ରାଜ୍ୟରେ ଥିବା ଶିଳ୍ପ ସଂସ୍ଥାଙ୍କ ସାମାଜିକ କର୍ତ୍ତବ୍ୟବୋଧ (ସିଏସ୍‌ଆର୍‌) ବ୍ୟୟ ହ୍ରାସ ପାଉଥିବା ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ସ୍ୱୀକାର କରିଛନ୍ତି, ମାତ୍ର ଏହାର କାରଣ ସମ୍ପର୍କରେ କିଛି ଉ‌େଲ୍ଲଖ କରି ନାହାନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ଥିବା ବୃହତ ଓ ମଧ୍ୟମ ଶିଳ୍ପ ସଂସ୍ଥାଙ୍କ ମଧ୍ୟରୁ କେଉଁମାନେ ସରକାରୀ ଜମି ବନ୍ଧକ ଦେଇ ବ୍ୟାଙ୍କ ଋଣ ନେଇଛନ୍ତି ବୋଲି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କରିଥିବା ଅତିରିକ୍ତ ପ୍ରଶ୍ନରେ ମନ୍ତ୍ରୀ କୌଣସି ତଥ୍ୟ ଦେଇ ନାହାନ୍ତି। ତେବେ ବୃହତ ଶିଳ୍ପ ସଂସ୍ଥାଙ୍କ ପ୍ରକଳ୍ପ ବ୍ୟୟ ଓ ଉତ୍ପାଦନ ସ୍ଥିତି ସମ୍ପର୍କରେ ମନ୍ତ୍ରୀ ବିଧାନସଭାରେ ଦେଇଥିବା ତଥ୍ୟ ଅନୁଯାୟୀ ୧୧୯ଟି ଶିଳ୍ପ ମଧ୍ୟରୁ ୫୩ଟିରେ ସ୍ୱାଭାବିକ ଉତ୍ପାଦନ ହେଉଥିବା ବେଳେ ୨୦ଟି ବୃହତ ଶିଳ୍ପ ଇତିମଧ୍ୟରେ ଅଚଳ ହୋଇପଡ଼ିଛି।

ଅବଶିଷ୍ଟ ୪୬ଟି ଶିଳ୍ପ ମଧ୍ୟରୁ ଅଧିକାଂଶ ଆଂଶିକ ଉତ୍ପାଦନକ୍ଷମ ହେଲେଣି। କମ୍ପାନିଙ୍କ ସିଏସ୍‌ଆର୍‌ ବ୍ୟୟ ସଂକ୍ରାନ୍ତ ତଥ୍ୟ ଅନୁଯାୟୀ ୨୦୧୪-୧୫ ଆର୍ଥିକ ବର୍ଷରେ ଶିଳ୍ପ ସଂସ୍ଥାଗୁଡ଼ିକ ୪୩୮ କୋଟି ୭୪ ଲକ୍ଷ ୧୪ ହଜାର ଟଙ୍କା ଖର୍ଚ୍ଚ କରିଥିବା ବେଳେ ତହିଁ ପର ବର୍ଷ ସିଏସ୍‌ଆର୍‌ ବ୍ୟୟ ୬୦୩ କୋଟି ୨୩ ଲକ୍ଷ ୮୯ ହଜାର ଟଙ୍କାରେ ପହଞ୍ଚିଥିଲା। ତେବେ ୨୦୧୬-୧୭ରେ ତାହା ୪୯୪.୪୪ କୋଟିକୁ ଖସି ୨୦୧୭-୧୮ରେ ୫୪୬.୭୧ କୋଟିକୁ ବଢ଼ିଥିଲା। ମାତ୍ର ଗତ ଆର୍ଥିକ ବର୍ଷରେ ସିଏସ୍‌ଆର୍‌ ବ୍ୟୟ ୩୦୫.୨୮ କୋଟିକୁ ହ୍ରାସ ପାଇଥିଲା ବେଳେ ଏ ବର୍ଷ ସେପେ୍ଟମ୍ବର ଶେଷ ସୁଦ୍ଧା ଏ ବାବଦରେ କମ୍ପାନିମାନେ ମାତ୍ର ୧୬୦.୫୫ କୋଟି ଟଙ୍କା ବ୍ୟୟ କରିଛନ୍ତି।

By amfnews

Related Post