Thu. Jun 11th, 2026

ରାଜ୍ୟପାଳଙ୍କୁ ମମତା ସରକାର ଅପମାନ କରିଥିବା ଅଭିଯୋଗ, ପ୍ରତିକ୍ରିୟା ରଖିଲା ବିଜେପି

196 Views

ନୂଆଦିଲ୍ଲୀ  : ପଶ୍ଚିମବଙ୍ଗ ସରକାର ରାଜ୍ୟପାଳ ଜଗଦୀପ ଧନକରଙ୍କୁ କ୍ଷମା ମାଗିବା ଦରକାର। ପଶ୍ଚିମବଙ୍ଗ ବିଜେପିର ବରିଷ୍ଠ ନେତା ମୁକୁଲ ରୟ ଆଜି ଏହା କହିଛନ୍ତି। ରାଜ୍ୟପାଳ ରାଜ୍ୟର ସାମ୍ୱିଧାନିକ ମୁଖ୍ୟ, ରାଜ୍ୟର ପ୍ରଥମ ନାଗରିକ। ପଶ୍ଚିମବଙ୍ଗ ସରକାର ଯେଉଁଭଳି ଭାବରେ ତାଙ୍କୁ ଏକ କାର୍ଯ୍ୟକ୍ରମ ବେଳେ ବ୍ୟବହାର ଦେଖାଇଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ। ଏହା ରାଜ୍ୟର ସଂସ୍କୃତି ବିରୋଧୀ, ରାଜ୍ୟ ଏଥିପାଇଁ ଅପମାନିତ। ତେଣୁ ରାଜ୍ୟ ସରକାର ରାଜ୍ୟପାଳଙ୍କୁ ଷମା ମାଗିବା ଦରକାର ବୋଲି ଆଜି ମୁକୁଲ ରୟ କହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ପଶ୍ଚିମବଙ୍ଗ ରାଜ୍ୟପାଳ କହିଥିଲେ ଦୁର୍ଗାପୂଜା ଅବସରରେ ରାଜ୍ୟ ସରକାରଙ୍କ ଦ୍ୱାରା ୭୦ଟି ପୂଜା ମଣ୍ଡପକୁ ନେଇ ଏକ ମିଳିତ କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସେ ଯୋଗ ଦେବା ପାଇଁ ନିମନ୍ତ୍ରିତ ହୋଇଥିଲେ। ମଞ୍ଚରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମେତ ଅନ୍ୟାନ୍ୟ ନେତା ଉପସ୍ଥିତ ଥିଲେ। ହେଲେ ମଞ୍ଚରେ ବସିବାକୁ ତାଙ୍କୁ ଦିଆଯାଇନଥିଲା। ହେଲେ ସେ କାର୍ଯ୍ୟକ୍ରମ ଆରମ୍ଭରୁ ଶେଷ ଯାଏ ବସି ଦେଖିଥିଲେ। ଏମିତିକି କ୍ୟାମେରା ନପଡ଼ିବା ସ୍ଥାନରେ ତାଙ୍କୁ ବସିବାକୁ ଚେୟାର ଦିଆଯାଇଥିଲା। ଯାହାକି ତାଙ୍କୁ ମାନସିକ ଆଘାତ ଦେଇଛି ବୋଲି ରାଜ୍ୟପାଳ ଧନକର କହିଥିଲେ। ଏହାପରେ ଆଜି ବିଜେପି ନେତା ମୁକୁଲ ରୟ ପ୍ରତିକ୍ରିୟା ରଖିଛନ୍ତି।

By amfnews

Related Post