Fri. Oct 2nd, 2026

ରାଜସ୍ଥାନ ସରକାରଙ୍କ ଚାଷୀ ଋଣ ଛାଡ଼ର ଗୁମର ଖୋଲିଲେ ବିରୋଧୀ ଦଳ ଉପନେତା

234 Views

ଜୟପୁର: ରାଜସ୍ଥାନରେ ଚାଷୀଙ୍କ ଋଣ ଛାଡ଼ ସଂପର୍କରେ ବିଜେପି ବିଧାୟକ ତଥା ବିରୋଧୀ ଦଳ ଉପନେତା ରାଜେନ୍ଦ୍ର ରାଠୋର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ସରକାର ଉପରେ ଅଭିଯୋଗ ଆଣି କହିଛନ୍ତି ଯେ ଚାଷୀଙ୍କର ସାମାନ୍ୟ ଋଣ ମଧ୍ୟ ଛାଡ଼ କରି ନାହାନ୍ତି ସରକାର। ଏପରିକି ଚାଷୀମାନେ ପ୍ରଥମ ଥର ରବି ଓ ଖରିଫ ସମୟରେ ବି ଋଣ ପାଇନାହାନ୍ତି ।

ସେ ସାମ୍ବାଦିକମାନଙ୍କ ସହ କଥା ହେବା ବେଳେ କହିଛନ୍ତି, ଶ୍ରୀଗଙ୍ଗାନଗର ଜିଲ୍ଲାର ଠାକରୀ ଗାଁର ଚାଷୀ ସୋହନଲାଲ କଲେଡ ଋଣଭାର ସହି ନପାରି ଶେଷରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି। ଆତ୍ମହତ୍ୟା ପୂର୍ବରୁ ଚାଷୀ ବୟାନ ଦେଇ କହିଥିଲେ ଋଣ ଛଡ଼ ନ କରିବାରେ ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀ ଦାୟୀ। ସେ ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଚାଷୀ ଆତ୍ମହତ୍ୟା ପାଇଁ ମାମଲା ରୁଜୁ କରିବା ଦାବି କରିଥିଲେ।

ରାଜେନ୍ଦ୍ର ରାଠୋର କହିଛନ୍ତି ଯେ ଋଣଛାଡ଼ ନହେବାରୁ ଚାଷୀ ଆତ୍ମହତ୍ୟା କରୁଛନ୍ତି। ହନୁମାନଗଡ଼ରେ ବି ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି। ସେହିଭଳି ବାରାର କିଶନଗଂଜରେ ମଧ୍ୟ ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି ।

By amfnews

Related Post