Mon. Sep 7th, 2026

ରାଜନଗର: ବେଳାଭୂମିରେ ୫୨ ଫୁଟର ତିମିର ମୃତଦେହ, ୮ ଦିନ ପରେ ଜାଣିଲା ବନବିଭାଗ

289 Views

ରାଜନଗର, ନଭେମ୍ବର ୦୧: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ସମୂଦ୍ର ବେଳାଭୂମିରେ ବିରାଟ ତିମିର ମୃତଦେହ। ୫୨ ଫୁଟ୍‌ ଲମ୍ବର ଏହି ତିମିଟି ପ୍ରାୟ ୮/୧୦ ଦିନ ତଳୁ ମରି ବେଳାଭୂମିରେ ଲାଗିଥିଲେ ମଧ୍ୟ ବନବିଭାଗ ଏହାକୁ ଜାଣି ପାରି ନାହିଁ। ତେବେ ଏତେ ବଡ଼ ଜୀବଟି ପଚିଯିବାରୁ ପ୍ରବଳ ଦୁର୍ଗନ୍ଧ ହୋଇଥିଲା। ଏହି ଦୁର୍ଗନ୍ଧ ହେବା ପରେ ବନବିଭାଗର ଚେତା ପଶିଥିଲା। ଗତକାଲି ଏହି ତିମିର ମୃତଦେହ ବ୍ୟବଛେଦ କରାଯାଇ ସେହି ସମୁଦ୍ର ବେଳାଭୂମିରେ ପୋତି ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ,  ରାଜନଗର ବନଖଣ୍ଡ ଅନ୍ତର୍ଗତ  ଭିତରକନିକା ଅଭୟାରଣ୍ୟର ହବାଳିଖଟି ବିଟ୍‌ ହାଉସ ଠାରୁ ମାତ୍ର ୭ଶହ ମିଟର ଦୂରରେ  ପ୍ରାୟ ୬ /୭ ଦିନ ତଳୁ ଏକ ତିମିର ମୃତଦେହ ସମୁଦ୍ରରେ ଭାସିଆସି  ବେଳାଭୂମିରେ ଲାଗିଥିଲା। ତେବେ ବନବିଭାଗ ପକ୍ଷରୁ ସେଠାରେ ନିୟମିତ ପାଟ୍ରୋଲିଂ କରାଯାଉଥିବା କୁହା ଯାଉଥିଲେ ମଧ୍ୟ ଏ ସମ୍ପର୍କରେ ବନବିଭାଗ କୌଣସି ସୂଚନା ପାଇ ନ ଥିଲା। ତେଣୁ ଏହି ସମୟ ମଧ୍ୟରେ ତିମିଟିି ପଚି ଯାଇ ଦୁର୍ଗନ୍ଧ କରିଥିଲା। ଏ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ବନବିଭାଗ  ମୃତ ତିମିର  ଶବକୁ ବ୍ୟବଛେଦ କରି ସେହି ବେଳାଭୂମିରେ ପୋତି ଦେଇଛିି।

By amfnews

Related Post