Fri. Apr 24th, 2026

ରାଜଧାନୀରେ ଥିବା ଏକ ଫିଲ୍ମ ହଲ୍‌ ପରିସରରେ ଅପ୍ରୀତିକର ଘଟଣା : ୩ ଯୁବତୀଙ୍କୁ ବେଲ୍ଟରେ ପିଟିଲେ ଯୁବକ

334 Views

ଭୁବନେଶ୍ୱର, ଜାନୁଆରୀ ୨୯   : ରାଜଧାନୀ ଭୁବନେଶ୍ୱରରେ ଥିବା ଏକ ଫିଲ୍ମ ହଲରେ ଆଜି ଦେଖିବାକୁ ମିଳିଛି ଏକ ଅପ୍ରୀତିକର ଘଟଣା। ଫିଲ୍ମ ହଲ୍‌ ପରିସରରେ ଜଣେ ଯୁବକ ନିଜର ବେଲ୍ଟ ଖୋଲି ୩ ଜଣ ଯୁବତୀଙ୍କୁ ପିଟିଥିବା ଅଭିଯୋଗ ହୋଇଛି। ପୁଲିସ ଯୁବକ ଜଣକୁ ଥାନାରେ ଅଟକ ରଖି ପଚରାଉଚୁରା ଜାରି ରଖିଛି।

ମିଳିଥିବା ସୂଚନା ଅନୁସାରେ ରାଜଧାନୀର ଖାରବେଳ ନଗରସ୍ଥିତ ଏକ ଫିଲ୍ମ ହଲ୍‌ ପରିସରରେ ୩ ଜଣ ଯୁବତୀ ଫିଲ୍ମ ଦେଖି ଫେରୁଥିବା ବେଳେ ଏପରି ଘଟଣା ଘଟିଛି। ଜଣେ ଯୁବକ ହଠାତ୍‌ ନିଜର ବେଲ୍ଟ ଖୋଲି ଉକ୍ତ ୩ ଜଣ ଯୁବତୀଙ୍କୁ ପିଟିଥିଲେ। ଏନେଇ ଯୁବତୀମାନେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଯୁବକ ଜଣକୁ ଅଟକ ରଖିଛି। ଯୁବକ ଜଣକ କାହିଁକି ବେଲ୍ଟରେ ଏପରି ଆକ୍ରମଣ କଲେ ତାହାର କାରଣ ଜଣାପଡିନାହିଁ। ପୁଲିସ ଯୁବକ ଜଣକ ଅଟକ ରଖି ପଚରାଉଚୁରା ଜାରି ରଖିଛି। ଆକ୍ରମଣର ଶିକାର ହୋଇଥିବା ୩ ଜଣ ଯୁବତୀ ରାଜଧାନୀର ଏକ ସରକାରୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଅଟନ୍ତି।

By amfnews

Related Post