Sun. Aug 2nd, 2026

ରାଉରକେଲା ବିଜେପି କାର୍ଯ୍ୟାଳୟରେ ଅଟଳଜୀଙ୍କ ଚିତାଭସ୍ମ

244 Views

ରାଉରକେଲା, ୨୭ା୮ (): ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ କଳସକୁ ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଠାରୁ ଗ୍ରହଣ କରିଛନ୍ତି ପାନପୋଷ ସାଙ୍ଗଠନିକ ଜିଲା ସଭାପତି ଜଗବନ୍ଧୁ ବେହେରା । ରାଜ୍ୟ ଉପସଭାନେତ୍ରୀ ତଥା ପାନପୋଷ ସାଙ୍ଗଠନିକ ଜିଲା ପ୍ରଭାରୀ ସୁଶ୍ରୀ ସୁକେଶୀ ଓରାମ, ରାଜ୍ୟ ସମ୍ପାଦକ ଧିରେନ ସେନାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଘୁ ବଳ, ଜିଲା ଉପସଭାପତି ତଥା ରାଉରକେଲା ପ୍ରଭାରୀ ତପନ କୁମାର ସ୍ୱାଇଁ, ଜିଲା ଉପସଭାପତି ତଥା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଶଶାଙ୍କ ଶେଖର ଜେନା, ଷ୍ଟିଲ୍ ଟାଉନସିପ୍ (ପୂର୍ବ) ମଣ୍ଡଳ ସଭାପତି ପରେଶ ମିଶ୍ର, ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀ ବିସ୍ତାରକ ବିଶ୍ୱଜିତ ସାମନ୍ତରାୟ, ସନ୍ଦୀପ ଅଗ୍ରୱାଲ, ଚନ୍ଦନ ସାମଲ ଓ ବିଦୁ ସିକାରିଆ ଚିତାଭସ୍ମ ଗ୍ରହଣ ସମୟରେ ଉପସ୍ଥିତ ଥିଲେ ।

ଏହି ଚିତାଭସ୍ମ କଳସକୁ ଭୁବନେଶ୍ୱରରୁ ଅଣାଯାଇ ୨୫ ତାରିଖ ପ୍ରଭାତରେ ରାଉରକେଲା କାର୍ଯ୍ୟାଳୟରେ ପହଞ୍ôଚଥିଲା । ଏହି ଚିତାଭସ୍ମକୁ କାର୍ଯ୍ୟାଳୟରେ ରଖାଯାଇଛି ଏବଂ କର୍ମକର୍ତ୍ତାମାନେ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି । ଏହି ଚିତାଭସ୍ମକୁ ଜିଲାରେ ଥିବା ବିଭିନ୍ନ ନଦୀମାନଙ୍କରେ ବିସର୍ଜନ କରାଯିବ । ଏହି କାର୍ଯ୍ୟକ୍ରମ ପାଇଁ ଆସନ୍ତାକାଲି ଅର୍ଥାତ୍ ୨୭ ତାରିଖ ଦିନ ୯ଟା ବେଳେ କାର୍ଯ୍ୟାଳୟରେ ଏକ ବୈଠକ କରାଯାଇ କାର୍ଯ୍ୟକ୍ରମର ରୂପରେଶ ନିର୍ଣ୍ଣୟ କରାଯିବ ।

By amfnews

Related Post