Tue. Aug 4th, 2026

ରାଉରକେଲା: ବାହାହେବାକୁ ଜିଦ୍‌ ଧରିବାରୁ ପ୍ରେମିକାକୁ ଜିଅନ୍ତା ପୋଡ଼ିଦେଲା ପ୍ରେମିକ !

337 Views

ରାଉରକେଲା: ରାଉରକେଲା ବନ୍ଧମୁଣ୍ଡା ଥାନା ଅଞ୍ଚଳରେ ଘଟିଛି ଏକ ଲୋମଟାଙ୍ଗୁାରା, ହୃଦୟବିଦାରକ ଘଟଣା। ପ୍ରେମିକ ଘର ଆଗରେ ଜିଅନ୍ତା ଜଳିଯାଉଥିବା ଜଣେ ଯୁବତୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏ ନେଇ ମୃତ ଯୁବତୀଙ୍କ ବାପା ବନ୍ଧମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅଙ୍କୁ ତାଙ୍କ ପ୍ରେମିକ ଅମିତ ଯାଦବ ନିଆଁ ଲଗାଇ ଜିଅନ୍ତା ପୋଡ଼ି ମାରି ଦେଇଛନ୍ତି। ଏ ନେଇ ପୁଲିସ ଏକ ମାମଳା ରୁଜୁ କରି ତଦନ୍ତ ଚଳାଇ ଥିବା ବେଳେ ମୃତ ଯୁବତୀଙ୍କ ପ୍ରେମିକ କୁହାଯାଉଥିବା ଅମିତ ଯାଦବ ଫେରାର ହୋଇ ଯାଇଛନ୍ତି।


ପୁଲିସ ସୂତ୍ରରୁ ପ୍ରକାଶ ଯେ, ବନ୍ଧମୁଣ୍ଡା ଥାନା ସେକ୍ଟର -‘ ଏ’ର କ୍ୱାର୍ଟର ନମ୍ବର ୧୭୨ରେ ରହୁଥିବା ବିରଞ୍ଚି ନାୟକ ଜଣେ ରେଳବାଇ କର୍ମଚାରୀ। ତାଙ୍କ ୨୨ ବର୍ଷୀୟ ଝିଅ ଆଶା ନାୟକ ଘର ଠାରୁ ପ୍ରାୟ ୧୦୦ ମିଟର ଦୂରରେ ଥିବା ସେକ୍ଟର ‘ବି’ର ଆରପିଏଫ କର୍ମଚାରୀ କେ ସି ଯାଦବଙ୍କ ପୁଅ ଅମିତ ଯାଦବଙ୍କୁ ଭଲ ପାଉଥିଲେ। ଆଶା ଓ ଅମିତ ପରସ୍ପରକୁ ଭଲ ପାଉଥିବା ବେଳେ ଆଶା ଅମିତଙ୍କୁ ବିବାହ କରିବାକୁ ଜିଦ୍‌ ଧରିଥିଷଲେ। ତେବେ ଆଜି ଭୋର ୩ଟା ବେଳେ ଅମିତଙ୍କ ଘର ଆଗରେ ଥିବା ଏକ ଜାମୁକୋଳି ଗଛ ନିକଟରେ ଆଶଙ୍କୁୁ ଜଳୁଥିବା ଅବସ୍ଥାରେ ଦେଖି ତାଙ୍କ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ବନ୍ଧମୁଣ୍ଡର ରେଳବାଇ ଡାକ୍ତରଖାନା ଓ ପରେ ଇସ୍ପାତ ଜେନେରାଲ ହସ୍‌ପିଟାଲରେ ଭର୍ତ୍ତିିର୍ କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ମୃତ ଆଶାଙ୍କ ବାପା ବିରଞ୍ଚିି ନାୟକ ବନ୍ଧମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଝିଅକୁ ଅମିତ ଭଲପାଉଥିଲେ ମଧ୍ୟ ପ୍ରତାରଣା ଦେବା ନେଇ ଅଶାଙ୍କା କରି ଆଶା ତାଙ୍କୁ ବିବାହ କରିବାକୁ ଜୋର ଦେଇଥିେଲେ। ଫଳରେ ଅମିତ, ତାଙ୍କବାପାମା ମିଳିମିଶି ଅଶାଙ୍କୁ ପେଟ୍ରୋଲ ପକାଇ ନିଆଁ ଲଗାଇଦେବା ସହିତ ଜିଅନ୍ତା ପୋଡ଼ି ହତ୍ୟା କରିଛନ୍ତି। ଏ ଅଭିଯୋଗ ଭିତ୍ତିରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post