Fri. Jul 3rd, 2026

ରାଉରକେଲା : ଠିକା ସଂସ୍ଥା କର୍ମଚାରୀଙ୍କଠୁ ଲୁଟିନେଲେ ୬.୫ ଲକ୍ଷ

224 Views

ରାଉରକେଲା : ସହରର ଦିନ ଦ୍ବିପ୍ରହରରେ ଡି.ଏସ୍‌. କନଷ୍ଟ୍ରକ୍ସନ ନାମକ ଏକ ଠିକା ସଂସ୍ଥା ସୁପରଭାଇଜରଙ୍କଠାରୁ ସାଢ଼େ ୬ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି। ତାଙ୍କ ନାଁ ରଞ୍ଜନ କୁମାର ଧଳ। ସଂସ୍ଥାର ସଫେଇ କର୍ମଚାରୀଙ୍କୁ ଦରମା ଦେବାକୁ ଆବଶ୍ୟକ ଟଙ୍କା ପାଇଁ ରଞ୍ଜନ ଆଜି ସକାଳ ପ୍ରାୟ ସାଢ଼େ ୧୧ଟାରେ ଉଦିତନଗର ସ୍ଥିତ ଏସ୍‌ବିଆଇରେ ପହଞ୍ଚିଥିଲେ। ବ୍ୟାଙ୍କରୁ ସାଢ଼େ ୬ ଲକ୍ଷ ଟଙ୍କା ଉଠାଇ ବ୍ୟାଗ୍‌ରେ ଭର୍ତ୍ତି କରିବା ପରେ ସେ ବାଇକ୍‌ରେ ମହାନଗର ନିଗମ କାର୍ଯ୍ୟାଳୟକୁ ଯାଇଥିଲେ। ତେବେ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ସମ୍ମୁଖ ବସ୍‌ଷ୍ଟପ୍‌ ନିକଟରେ ଠିଆ ହୋଇଥିବାବେଳେ ହଠାତ୍‌ କଳା ପଲସ୍‌ର ବାଇକ୍‌ରେ ଦୁଇଜଣ ଅଜ୍ଞାତ ଯୁବକ ସେଠାରେ ପହଞ୍ଚି ତାଙ୍କ ଟଙ୍କା ଭର୍ତ୍ତି ଝାମ୍ପି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଉଦିତନଗର ପୁଲିସ ବ୍ୟାଙ୍କର ସିସିଟିଭି ଯାଞ୍ଚ କରିବା ସହ ଘଟଣାର ତଦନ୍ତ ଚଳାଇଛି।

By amfnews

Related Post