Wed. Aug 12th, 2026
202 Views

ରାଉରକେଲା  : ରାଉରକେଲାରେ ଗତକାଲି ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଲୁଟେରାମାନେ ୪ଟି ଦୋକନ ସହ ଜନସେବା କେନ୍ଦ୍ରରେ କଳାକନା ବୁଲାଇ ଦେଇଛନ୍ତି।

ଲୁଟେରାମାନେ କୁଆଁରମୁଣ୍ଡା ଥାନା ଅଞ୍ଚଳରେ ଚାରୋଟି ଦୋକାନରୁ ଲୁଟ୍ କରିଛନ୍ତି। ସେମାନେ ଝାରବେଡ଼ା ସ୍ଥିତ ଗୋଟିଏ ଦୋକାନରୁ ଓ  ଟାଙ୍ଗରାଇଁଠାରେ ଥିବା ୩ଟି ଦୋକାନରୁ ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ତେବେ ଏହି ଦୋକାନ ଗୁଡ଼ିକରୁ କେତେ ଟଙ୍କା ଲୁଟ୍‌ ହୋଇଛି, ତାହା ଜଣାପଡ଼ିନାହିଁ। 

ସେହିପରି ଲୁଟେରାମାନେ ଝାରବେଡ଼ା ସ୍ଥିତ ଜନସେବା କେନ୍ଦ୍ରର ତାଲା ଭାଙ୍ଗି ୨୫ହଜାର ଟଙ୍କା, ଲାପ୍‌ଟପ୍, କମ୍ପ୍ୟୁଟର ଓ ଆସବାବପତ୍ର ନେଇ ଯାଇଥିବା ଅଭିଯୋଗ ହୋଇଛି। ଏସବୁ ଘଟଣା ନେଇ ରାଉରକେଲା କୁଆଁରମୁଣ୍ଡା ଥାନାରେ ଅଭିଯୋଗ ହୋଇଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

By amfnews

Related Post