Wed. May 1st, 2024

ରଥ ଖଳାରେ ବଢୁଛି ସଂକ୍ରମଣ, ବାୟୋ ବବଲରେ ହେବ ରଥ ନିର୍ମାଣ କାର୍ଯ୍ୟ

By Prasanta Patnaik May 20, 2021 #Featured
2,294 Views

ପୁରୀ, ମେ ୨୦ : ଆଗକୁ ଆସୁଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଯାହାକୁ ନେଇ ଗତ ୧୫ ତାରିଖରୁ ଆରମ୍ଭ ହୋଇଛି ଣତ ନିର୍ମାଣ କାର୍ଯ୍ୟ । କିନ୍ତଉ ଏବେ ଏହି ରେ ବାଧକ ସାଜିଛି କରୋନା । ରଥ ଖଳାରେ ଦିନକୁ ଦିନ ସଂକ୍ରମଣ ବଢିବାରେ ଲାଗିଛି । ଜଣଙ୍କ ପରେ ଜଣେ ସେବାୟତ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରଥ ନିର୍ମାଣ କାର୍ଯ୍ୟ କୁ ନେଇ ବଢିଛି ଆଶଙ୍କା । ଏପର୍ଯ୍ୟନ୍ତ ରଥ ଖଳାରେ ୮ ଜଣ ସେବାୟତ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଯାହା ଅନ୍ୟ ସେବାୟତ ମାନଙ୍କ ପାଇଁ ସଂକ୍ରମଣ ର ଭୟ ଦ୍ୱିଗୁଣିତ କରିଛି ।

ପୁରୀରେ ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ରଥ ନିର୍ମାଣ କାର୍ଯ୍ୟ କୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଛି ଯେଉଁଥିରେ ରଥ ନିର୍ମାଣ କାର୍ଯ୍ୟ ପାଇଁ ବାୟୋ ବବଲ ର ବ୍ୟବସ୍ଥା କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ରଥଯାତ୍ରା ନୀତି ପାଇଁ ପ୍ରଶାସନ ପ୍ରତିଶୃତି ବଦ୍ଧ ଥିବା ବେଳେ କରୋନା ସମୟରେ ରଥ କାର୍ଯ୍ୟ ଯେଉଁଭଳି ଭାବରେ ବିନା ବାଧାରେ ସମ୍ପନ୍ନ ହେବ ସେଥିପାଇଁ ଏହି ନିଷ୍ପତି ନିଆଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର ସୂଚନା ଦେଇଛନ୍ତି ।

ବର୍ତମାନ କୋଭିଡ୍ ନିୟମାବଳୀ ଅନୁଯାଇ ସବୁ ସେମାୟତ ମାନଙ୍କ କୋଭିଡ୍ ଟେଷ୍ଟ କରାଯିବ । ଯେଉଁମାନେ କୋଭିଡ୍ ନେଗେଟିଭ୍ ଚିହ୍ନଟ ହେବେ ସେମାନଙ୍କୁ ତଣ କାର୍ଯ୍ୟ ପାଇଁ ଅନୁମତି ମିଳିବ । ଏଥି ସହିତ ବାହାର ଲୋକଙ୍କ ରଥ ଖଳା ଭିତରକୁ ପ୍ରବେଶ ଉପରେ ରୋକ୍ ଲଗାଯିବ । ଅନ୍ୟପଟେ ରଥ ଖଳାକୁ ବାୟୋ ବବଲ କରିବାକୁ ପୁରୀ ଜିଲ୍ଲାପାଳଙ୍କ ସହିତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଲୋଚନା କରିଛନ୍ତି । ଏବଂ ଖୁବ୍ ଶୀଘ୍ର ରଥ ନିର୍ମାଣ କାର୍ଯ୍ୟ ପାଇଁ ବାୟୋ ବବଲର ବ୍ୟବସ୍ଥା କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

By Prasanta Patnaik

Prasanta Patnaik is one of the senior-most media personalities of Odisha. He is also one of the first founder members of the Associated Media Foundation.

Related Post