Sat. Oct 3rd, 2026

ରତ୍ନ ଭଣ୍ଡାର ଚାବି ହଜିବା ନେଇ ମାମଲା ଦାୟର କଲା ବିଜେପି

422 Views

ଢେଙ୍କାନାଳ : ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ଏକ   ଅପରାଧ । ଚାବି ହଜିବା କାରଣରୁ ରତ୍ନ ଭଣ୍ଡାରରେ ମହାପ୍ରଭୁଙ୍କ ବହୁମୂଲ୍ୟ ଅଳଙ୍କାରର ସୁରକ୍ଷା ନେଇ ପ୍ରଶ୍ନ ଉଠିଛି । ଏ ଘଟଣା ଓଡିଆ ଜାତି ତଥା ଅଗଣିତ ଜଗନ୍ନାଥ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭାବାବେଗ ସହିତ କୁଠାରଘାତ କରିଛି । ଓଡିଶାର ଜନସାଧାରଣ ଓ ସ୍ୱୟଂ ମହାପ୍ରଭୁ ଜଗନ୍ନାଥଙ୍କ ସହିତ ବିଶ୍ୱାସଘାତକତା କରାଯାଇଅଛି ।

ଚାବି ହଜିବା ମହାପ୍ରଭୁଙ୍କ ବହୁମୂଲ୍ୟ ଅଳଙ୍କାର ଚୋରି ହୋଇଥିବା ସମ୍ଭାବନାକୁ  ଏଡାଇ ଦିଆଯାଇନପାରେ । ଏଣୁ ଉପରୋକ୍ତ ଘଟଣା ତଦନ୍ତ କରି ପ୍ରକୃତ ଦୋଷୀଙ୍କୁ  ଆଇନ୍ ଅନୁଯାୟୀ ଦଣ୍ଡ ପ୍ରଦାନ କରିବା ପାଇଁ ବୁଧବାର ପୂର୍ବାହ୍ନରେ ବିଜେପି ରାଜ୍ୟ ଓବିସି ସଭାପତି ତଥା ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଢେଙ୍କାନାଳ ଟାଉନ୍ ଥାନାରେ ଏତଲା ଦାୟାର କରାଯାଇଥିଲା ।

ଏତଲା ଦେବା ପୂର୍ବରୁ ବିଜେପି କାର୍ଯ୍ୟକର୍ତାମାନେ ରାଜ୍ୟ ସରକାରଙ୍କ ସଂପୃକ୍ତି ନେଇ ନାରାବାଜି କରିଥିଲେ । ଏତଲା ଦେବା ସମୟରେ ରାଜ୍ୟ କୃଷକମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନିଲ୍ ଶର୍ମା, ନଗରପାଳ ସୁଧାଂଶୁ କୁମାର ଦଳେଇ, ଜିଲ୍ଲା ଉପସଭାପତି ନବ କିଶୋର ଗୁରୁ, ସାଧାରଣ ସଂପାଦକ ବିଷ୍ଣୁ ପ୍ରସାଦ ଲେଙ୍କା, ସଂପାଦକ ମାତୃପ୍ରସାଦ ନନ୍ଦ, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ନିରୋଜ ନଳିନୀ ମହାଳିକ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପଦ୍ମଭୂଷଣ ସାହୁଙ୍କ  ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

By amfnews

Related Post