Tue. Sep 1st, 2026

ଯୋଗୀ ଆଦିତ୍ୟନାଥ ଘୋଷଣା କଲେ ୬୦୦ କିଲୋମିଟର ବିଶିଷ୍ଟ ବିଶ୍ୱର ସବୁଠାରୁ ଦୀର୍ଘ ଏକ୍ସପ୍ରେସ୍ ୱେ

315 Views

ପ୍ରୟାଗରାଜ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ରାଜ୍ୟ ମନ୍ତ୍ରିମଣ୍ଡଳ ବୈଠକରେ ୬୦୦ କିଲୋମିଟରର ଗଙ୍ଗା ଏକ୍ସପ୍ରେସଓଏର ଘୋଷଣା କରିଛନ୍ତି। ଏହା ହେବ ବିଶ୍ୱର ସବୁଠାରୁ ଲମ୍ବା ଏକ୍ସପ୍ରେସେଓ୍ଵ। ଏହା ପଶ୍ଚିମ ଉତ୍ତରପ୍ରଦେଶ ସହ ପ୍ରୟାଗରାଜକୁ ସଂଯୋଗ କରିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ବୈଠକରେ କହିଛନ୍ତି।

ଏହି ଏକ୍ସପ୍ରେସଓଏ ତିଆରି ସକାଶେ ୬,୫୫୦ ହେକ୍ଟର ଭୂମି ଲାଗିବା ସହ ପ୍ରାୟ ୩୬,୦୦୦ କୋଟି ଟଙ୍କା ଲାଗିବ ବୋଲି ବ୍ୟୟ ଆକଳନ କରାଯାଇଛି। ପ୍ରଥମରୁ ଏହା ୪ ଲେନ୍‌ ବିଶିଷ୍ଟ ଏକ୍ସପ୍ରେସଓଏ ହେବା ବେଳେ ପରେ ୬ଟି ଲେନ୍‌ ବିଶିଷ୍ଟ କରାଯିବାର ଯୋଜନା ରହିଛି।

ଏହି ଗଙ୍ଗା ଏକ୍ସପ୍ରେସଓଏ ମିରଟ-ଅମରୋହ-ବୁଲନ୍ଦସର୍‌-ବୁଦୌ-ଶାହାଜନପୁର-କନୌଜ-ଉନାଓ-ରିଏବରେଲି-ପ୍ରତାପଗଡ଼ ଆଦି ଅଞ୍ଚଳ ହୋଇ ପ୍ରୟାଗରାଜରେ ପହଞ୍ଚିବ।

ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ଯୋଗୀ ଆହୁରି ବି କହିଛନ୍ତି କି ‘ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଉପରେ ଏକ ଚଳଚ୍ଚିତ୍ର ଅଛି ‘ଉରି’। ତାହାକୁ ରାଜ୍ୟ ଜିଏସ୍‌ଟି ମୁକ୍ତ କରିବା ପାଇଁ ମନ୍ତ୍ରିମଣ୍ଡଳ ଚିନ୍ତା କରିଛି। ଦେଶର ଯୁବ ନାଗରିକଙ୍କ ଭିତରେ ଏହି ଚଳଚ୍ଚିତତ୍ର ଜାତିୟତାବାଦ ସୃଷ୍ଟି କରିବ।’

By amfnews

Related Post