Fri. May 22nd, 2026
225 Views

୪ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି, ମାଲକାନଗିରି ଜିଲ୍ଲାର ଏପିଭି ଗାଁରେ ପୁଲିସ ମୁତୟନ

ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା କାଳିମେଳା ଥାନା ଅନ୍ତର୍ଗତ ଏମ୍‌ପିଭି-୩୩ ଗାଁରେ ଆଜି ରାତି ପ୍ରାୟ ସାଢ଼େ ୯ଟାରେ ବୈଠକ ଚାଲିଥିଲା। ଗାଁର କୌଣସି ଏକ ପାରିବାରିକ କଳହକୁ ନେଇ ଆସିଥିବା ଅଭିଯୋଗର ସମାଧାନ ପାଇଁ ରାସ୍ତା ବାହାର କରାଯାଉଥିଲା। ଏହି ସମୟରେ ଉନ୍ମତ ଯୁବକ ଗାଁ ଲୋକଙ୍କର ନିଷ୍ପତ୍ତିକୁ ପସନ୍ଦ ନ କରି ଉଗ୍ରରୂପ ଧାରଣ କରିଥିଲା। ବୈଠକରେ ଉପସ୍ଥିତ ଲୋକେ କିଛି ଭାବିବା ପୂର୍ବରୁ ୬ ଜଣଙ୍କୁ ଛୁରୀ ଭୁଶିଥିଲା। ଫଳରେ ଘଟଣାସ୍ଥଳରେ ଜଣେ ମହିଳା ସମେତ ୨ ଜଣଙ୍କର ମୃତ୍ୟୁ ଘଟିଥିଲା।

ଅନ୍ୟ ଆହତ ବ୍ୟକ୍ତିମାନଙ୍କୁ ପ୍ରଥମେ କାଳିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ମୃତଦେହ ଜବତ କରି ଉନ୍ମତ ଯୁବକକୁ କାବୁ କରିଛି। ଗାଁରେ ପୁଲିସ ମୁତୟନ କରାଯାଇଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣରେ ଅଛି।

By amfnews

Related Post