Sun. Oct 4th, 2026

ଯାଜପୁର ସହରରେ ଏସବିଆଇ ଏଟିଏମ୍ ଭାଙ୍ଗି ଟଙ୍କା ଲୁଟ୍

302 Views

ଯାଜପୁର  : ଯାଜପୁର ସହରର ଅମ୍ବିକାଇ ଛକରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏଟିଏମରୁ ଟଙ୍କା ଲୁଟ୍ ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ବ୍ୟାଙ୍କ କର୍ମଚାରୀ ଟଙ୍କା ଭରିଥିଲେ। ହେଲେ ଗତକାଲି ବିଳମ୍ବିତ ରାତିରେ କେହି ଅସାମାଜିକ ଲୋକ ଏଟିଏମ୍ ଭାଙ୍ଗି ଟଙ୍କା ଲୁଟି ନେଇଥିବା ଜଣାଯାଇଛି।

ଆଜି ସକାଳେ ଖବର ପାଇ ଯାଜପୁର ଟାଉନ ପୁଲିସ ସେଠାରେ ପହଞ୍ଚି ତଦନ୍ତ କରିଥିବା ଜଣାଯାଇଛି। ଏଭଳି ଏଟିଏମ୍ ଲୁଟ ଘଟଣା ଯାଜପୁର ସହରରେ ପ୍ରଥମ ବୋଲି କୁହାଯାଉଛି।

By amfnews

Related Post