Tue. Sep 8th, 2026

ଯବାନଙ୍କ ଆତ୍ମହତ୍ୟା ଉଦ୍ୟମ

672 Views

ମାଲକାନଗିରି,ଅକ୍ଟୋବର ୨୬: ଗତକାଲି ଛତିଶଗଡର ସୁକମାରେ ଜଣେ ଯବାନ ଆତ୍ମହତ୍ୟା କରିଥିବା ବେଳେ ଆଜି ପୁଣି ବିଜାପୁର ଜିଲ୍ଲାରେ ଜଣେ ଯବାନ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ନିଜର ଇନସାସ ବନ୍ଧୁକରେ ସେ ନିଜ ଶରୀରକୁ ଗୁଳି କରିଥିଲା। ଗୁଳି ଯବାନଙ୍କ କାନ୍ଧରେ ବାଜିଥିବା ଜଣାପଡିଛି। ଗୁରୁତର ଯବାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ହସପିଟାଲକୁ ନିଆଯାଇଛି। ଯବାନଙ୍କ ନାମ ଉମେଶ ବଲଡି ଏବଂ ତାଙ୍କ ମାନସିକ ଅବସ୍ଥା ଭଲ ନଥିବା ଜଣାପଡିଛି। ଲଗାତାର ଭ‌ାବେ ଛତିଶଗଡରେ ଯବାନ ଆତ୍ମହତ୍ୟା କରୁଥିବା ବେଳେ ବିଭାଗୀୟ ପଦସ୍ଥ ଅଧିକାରୀ ଯବାନଙ୍କ ମନବଳ ବଢ଼ାଇବାକୁ ଚେଷ୍ଟା କରୁଥିଲେ ହେଁ ଏହାର ପ୍ରଭାବ ପଡୁନଥିବା ଦେଖିବାକୁ ମିଳିଛି ।

By amfnews

Related Post