Sun. Apr 28th, 2024

ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ

1,141 Views

ଢେଙ୍କାନାଳ: ତାଳବରକୋଟ ସ୍ଥିତ ରାମଚନ୍ଦ୍ର ନୋଡାଲ ବିଦ୍ୟାପୀଠର ବହୁ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ପ୍ରଧାନ ଶିକ୍ଷକ, ଶିକ୍ଷକ ଓ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କୁ ନେଇ ମୋ ସ୍କୁଲ ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ବିଦ୍ୟାପୀଠର ପ୍ରଧାନ ଶିକ୍ଷକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂୂର୍ବତନ ପ୍ରଧାନ ଶିକ୍ଷକ ଜୟକୃଷ୍ଣ ସାହୁ, ଶିକ୍ଷକ ସୁରେନ୍ଦ୍ର କୁମାର ସ୍ୱାଇଁ, ସୁଧାଂଶୁ ମୋହନ ଦାଶ ଓ ବିବି ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଦେବୀପ୍ରସାଦ ମିଶ୍ରଙ୍କ ସମେତ, ସମିତିସଭ୍ୟ,ସ୍ଥାନୀୟ ସରପଞ୍ଚ,ଏସ୍ଏମ୍ସି ଓ ଏସ୍ଏମଡିସି ର ବହୁ ସଭ୍ୟ ଯୋଗଦାନ କରି ମୋ ସ୍କୁଲ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଉପସ୍ଥିତ ଜନସାଧାରଣଙ୍କୁ ବିଭିନ୍ନ ଗଠନମୂଳକ ମାର୍ଗଦର୍ଶନ କରାଇଥିଲେ  ।

ମୋ ସ୍କୁଲ କମିଟିର ସଭାପତି ରୂପେ ସ୍କୁଲର ପ୍ରଥମ ବ୍ୟାଚର ଛାତ୍ର ଶ୍ୟାମ ସୁନ୍ଦର ରଣା ଏବଂ ସକ୍ରିୟ ସଦସ୍ୟରୂପେ ରବି ନାରାୟଣ ଦାଶ, ସରୋଜ କୁମାର ଭଞ୍ଜ, ଦିଲ୍ଲୀପ କୁମାର ରାଉତ ଓ ସୁଶାନ୍ତ କୁମାର ଜେନା ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ  ।

Related Post