Sun. Sep 6th, 2026

ମୋବାଇଲ ନେଟୱାର୍କ ନଥିବାରୁ ଅଢେଇ ଘଣ୍ଟା ଧରି ଜଙ୍ଗଲ ରାସ୍ତାରେ ଅଟକି ରହିଲା ହୀରାଖଣ୍ଡ ଏକ୍ସପ୍ରେସ୍!

542 Views

ରାୟଗଡ଼ା : କେ ଆର ଲାଇନରେ ହୀରାଖଣ୍ଡ ଏକ୍ସପ୍ରେସର ଇଂଜିନ ଅଚଳ। ଭାଲୁମାସ୍କ ଷ୍ଟେସନରେ ଅଟକିଛି ଟ୍ରେନ। ଭୁବନେଶ୍ୱରରୁ ଜାମସେଦପୁର ଯାଏଁ ଚଳାଚଳ କରୁଥିବା ହୀରାଖଣ୍ଡ ଏକ୍ସପ୍ରେସ୍ ସକାଳ ୬.୧୫ ମିନିଟରେ ଇଂଜିନ ଅଚଳ ହୋଇଥିଲା, କିନ୍ତୁ ମୋବାଇଲ ନେଟୱାର୍କ ନଥିବାରୁ ଷ୍ଟେସନ ମ୍ୟାନେଜରଙ୍କ ସହ ଯୋଗାଯୋଗ ହୋଇନପାରିବାରୁ ଟ୍ରେନଟି ପ୍ରାୟ ଅଢେଇ ଘଣ୍ଟା ଧରି ଜଙ୍ଗଲ ରାସ୍ତାରେ ଅଟକି ରହିଥିଲା।

ରେଳ କର୍ମଚାରୀ ଧାରଣାରେ ଚାଲି ଚାଲି କିଛି ଦୂର ଆସି ମୋବାଇଲ ନେଟୱାର୍କ ଥିବା ସ୍ଥାନରୁ ଫୋନ ଯୋଗେ ରାୟଗଡା ଷ୍ଟେସନକୁ ଖବର ଦେଇଥିଲେ। ଏହାପରେ ଡିଜେଲ ଇଂଜିନ ମାଧ୍ୟମରେ ଟ୍ରେନକୁ ଭାଲୁମାସ୍କ ଷ୍ଟେସନକୁ ନିଆଯାଇଥିବା ଜଣାଯାଇଛି। ଏହି କାରଣରୁ ପାଖାପାଖି ୩ ଘଣ୍ଟା ବିଳମ୍ବରେ ହୀରାଖଣ୍ଡ ଚାଲୁଥିବା ଜଣାପଡିଛି।

ସମଲେଶ୍ବରୀ ଏକ୍ସପ୍ରେସ, ବିଶାଖାପାଟଣା ଡିଏମୟୁ ଭାଲୁମାସ୍କ ପାସ କରିବା ପରେ ଜଗଦଲପୁର ଅଭିମୁଖେ ଯାତ୍ରା କରିବ ହୀରାଖଣ୍ଡ ଏକ୍ସପ୍ରେସ। ଏହି କାରଣରୁ ରେଳ ଯାତ୍ରୀମାନେ ହନ୍ତସନ୍ତ ହେଉଥିବା କୁହାଯାଉଛି ।

By amfnews

Related Post